ବିନା ପରମିସନ ରେ ସ୍କୁଲ ରୁ ଲକ୍ଷାଧିକ ଟଙ୍କା ର ଶାଗୁଆନ ଗଣ୍ଡି ବିକ୍ରି ବେଳେ ମାଡି ବସିଲା ନୟାଗଡ଼ ବନ ବିଭାଗ : ଜେସିବ ସହ ଟ୍ରାକ୍ଟର ଜବତ !!!

0
233

ନୟାଗଡ ( ଆୱାଜ ମିଡ଼ିଆ ) – ବିଶ୍ବଭୂଷଣ ମହାପାତ୍ର : ବିନା ପରମିସନ ରେ ସ୍କୁଲ ରୁ ଲକ୍ଷାଧିକ ଟଙ୍କା ର ଶାଗୁଆନ ଗଣ୍ଡି ବିକ୍ରି ବେଳେ ମାଡି ବସିଲା ନୟାଗଡ଼ ବନ ବିଭାଗ , ଜେସିବ ସହ ଟ୍ରାକ୍ଟର ଜବତ ! ଆଜି ସନ୍ଧ୍ୟା ସମୟ ରେ କୌଣସି ସୂତ୍ରରୁ ଖବର ପାଇଁ ଅଚାନକ ଚଢ଼ାଉ କରି ବନବିଭାଗ 70 ରୁ ଉର୍ଦ୍ଧ ଶାଗୁଆନ ଗଣ୍ଡି ସହିତ ଟ୍ରାକ୍ଟର ଜେସିବି ଜବତ କରିଛି ! ମିଳିଥିବା ଖବର ଅନୁସାରେ ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଅଧୀନ ମାଳିସାହି ନୋଡାଲ ଉଚ୍ଚ ବିଦ୍ୟାଳୟ ପରିସର ର ସୌନ୍ଦର୍ଯ୍ୟ ଆଳ ରେ କଟା ଯାଇଛି ଲକ୍ଷ ଲକ୍ଷ ଟଙ୍କାର ଶାଗୁଆନ ଗଛ | ତାହା ପୁଣି ବନ ବିଭାଗ ର ବିନା ପରମିସନ ରେ | ଉକ୍ତ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ବିମଳ କୁମାର ପଟ୍ଟନାୟକ ସାଜିଥିଲେ କାଠ ମାଫିଆ | ବିଦ୍ୟାଳୟ ରେ ପାଠ ପଢ଼େଇବା ବଦଳରେ ଶାଗୁଆନ ଗଛ କାଟି ପଟା କରି ବିକ୍ରି କରୁଥିଲେ ଯାହାକୁ ସିଜ କରିଛି ବନବିଭାଗ ! ଏପରିକି ପୂର୍ବରୁ ଦୁଇ ଗୋଟି ଗଛ କଟା ଯାଇଥିବା ବେଳେ ବର୍ତ୍ତମାନ ଛଅ ଟି ମୂଲ୍ୟବାନ ଶାଗୁଆନ ଗଛ କାଟି ବିକ୍ରି କରିବାକୁ ଉଦ୍ୟମ ଚାଲିଥିଲା ! ଆଜି ସନ୍ଧ୍ୟା ସମୟ ରେ ମାଡି ବସିଲା ନୟାଗଡ଼ ବନବିଭାଗ ର ଏକ ଟିମ | ଏଭଳିକି ଦଣ୍ଡ ମୁକ୍ତ ଅଞ୍ଚଳ ରେ ପିଲା ଙ୍କୁ ପାଠ ପଢ଼ା ବଦଳ ରେ ବିପଦପୂର୍ଣ୍ଣ ସ୍ଥାନ ରେ ଛିଡା କରେଇ କାର୍ଯ୍ୟ କରୁଥିବା ନଜିର ମଧ୍ୟ ରହିଛି ! ଏପରିକି ଉକ୍ତ କଟା ଗଛ ର ଡାଳ ବୁହାଉଥିବା ଭିଡିଓ ଲାଗିଛି ଆମ ପାଖରେ ! ଆଜି ର ଏହି ଶାଗୁଆନ ଚୋରା ଚାଲାଣ ରେ ବ୍ୟବହୃତ ଏକ ଜେସିବି ଜବତ ହେଇଛି ଏବଂ ଟ୍ରାକ୍ଟର ଟି ନୟାଗଡ଼ କାର୍ଯାଳୟ ପରିସର କୁ ପଠା ଯାଇଥିବା ସୂଚନା ମିଳିଛି | ସିଜ ହୋଇଥିବା କାଠ ର ମୂଲ୍ୟ ଆନୁମାନିକ ସାତ ଲକ୍ଷ ହେଇପାରେ ବୋଲି ଅନୁମାନ କରାଯାଉଛି | ଶାଗୁଆନ ଗଣ୍ଡି ସଂଖ୍ୟା ଅଧିକ ହୋଇଥିବା ରୁ ତାକୁ ସ୍ଥାନୀୟ ସରପଞ୍ଚଙ୍କ ପ୍ରତିନିଧି ଭଗବାନ ଏବଂ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ବିମଳ କୁମାର ପଟ୍ଟନାୟକ ଙ୍କ ତତ୍ତ୍ୱାବଧାନରେ ରଖାଯାଇଛି ଏବଂ ପ୍ରଧାନ ଶିକ୍ଷକ ଙ୍କ ଉପରେ ସନ୍ଦେହ ବଢ଼ିଥିବାରୁ ବିଦ୍ୟାଳୟ ର କିଛି ନିର୍ଦ୍ଧିଷ୍ଟ ଗୃହ ସର୍ଚ୍ଚ ଚାଲିଥିଲା ! ପରେ ଏକ ଗୃହ ରେ ମିଳିଲା ଶାଗୁଆନ ପଟା ! ହେଲେ ଉକ୍ତ ଗୃହ ର ଚାବି ନଥିଲା ବୋଲି କହି ଶିକ୍ଷକ ପାର ହେବାକୁ ଚେଷ୍ଟା କରିଲା ସମୟ ରେ ଝରକା ରୁ ଟର୍ଚ୍ଚ ମାରି ପଟା ଠାବ କରିଲା ବିଭାଗ ! କହିବାକୁ ଗଲେ ପୁରା ଦୁଇ ଘଣ୍ଟା ର ସର୍ଚ୍ଚ ଲାଗିଥିଲା , ପରେ ଗ୍ରାମ ବାସି ଏସବୁ ଘଟଣା ବିଷୟରେ ଜାଣିଲା ପରେ ଉକ୍ତ ପ୍ରଧାନ ଶିକ୍ଷକ ଏହି ଭଳି କୋଡିଏ ବର୍ଷ ହେଲା ବିଦ୍ୟାଳୟ କୁ ଲୁଟ କରୁଥିବା କହିଛନ୍ତି | ବନବିଭାଗ କର୍ମଚାରୀ ଙ୍କ ପ୍ରଶ୍ନ ବାଣ ରେ ଘାଇଲା ହେଲେ ପ୍ରଧାନ ଶିକ୍ଷକ , ଯାହାର ସଠିକ ଉତ୍ତର ନଦେଇ ପାରି ଡ୍ରାମା ଭଳି ଅଭିନୟ କରିଥିଲେ ଖବର ଲେଖା ହେବା ଯାଏ ମିଳିଥିବା ସୂଚନା |

LEAVE A REPLY

Please enter your comment!
Please enter your name here