ନୟାଗଡ ( ଆୱାଜ ମିଡ଼ିଆ ) – ମମତା ମହାପାତ୍ର : ଏବେବି ବଞ୍ଚିଛି ଯୋଗୀ ପରମ୍ପରା ! ନୟାଗଡ ଜିଲ୍ଲା ରଣପୁର ବ୍ଲକ ଅନ୍ତର୍ଗତ ମଝିଆଖଣ୍ଡ ପଞ୍ଚାୟତ ର ଟେଲିପାଟଣା ଗ୍ରାମରୁ ସାମନାକୁ ଆସିଛି ଏପରି ଦୃଶ୍ୟ ! ଗ୍ରାମର ବିଜୟ କୁମାର ସାହୁ ଏବଂ ତାଙ୍କର ଧର୍ମ ପତ୍ନୀ ମମତା ସାହୁ , ଏହି ଯୋଗୀ ପରମ୍ପରା ରେ ନିଜ ପୁତ୍ର ଆଶିଷ କୁ ଦିକ୍ଷୀତ କରାଇ ଯୋଗୀ କାଳନ୍ଦୀ ଚରଣ ନାଥ ଙ୍କ ଠାରୁ ଦୀକ୍ଷା ଗ୍ରହଣ କରାଇଥିଲେ ! ପୁତ୍ର ଆଶିଷ ଯୋଗୀ ଦୀକ୍ଷା ଗ୍ରହଣ କରି ସାରି ଘରକୁ ଫେରି ଆସିଛନ୍ତି ! ବିଧି ଅନୁଯାୟୀ ଶେଷରେ ତାଙ୍କର ମାଇଁ ଲୋପାମୁଦ୍ରା ଯୋଗୀ ହୋଇଥିବା ଆଶିଷ ଙ୍କୁ ଘର କୁ ପାଛୋଟି ନେଇଛନ୍ତି ! ଏହି ପରମ୍ପରା ଓଡିଶା ରେ ବହୁତ ପୁରୁଣା ପରମ୍ପରା ବୋଲି ମହିମା ସେବା ଫାଉଣ୍ଡେସନ ର ପରିଚାଳନା ସଭାପତି ନାରାୟଣ ଖୁଣ୍ଟିଆ ପ୍ରକାଶ କରିଛନ୍ତି !
ଏବେବି ବଞ୍ଚିଛି ଯୋଗୀ ପରମ୍ପରା : ଯୋଗୀ ବେଶ ହେଲେ ଆଶିଷ !!!

