ବିଭିନ୍ନ ଦାବି ନେଇ ଅଙ୍ଗନବାଡ଼ି କର୍ମୀଙ୍କ ବିକ୍ଷୋଭ ପ୍ରଦର୍ଶନ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଅଲ୍ ଓଡିଶା ଅଙ୍ଗନବାଡ଼ି ଲେଡିସ ୱାକରସ ଆସୋସିଏସନ ପକ୍ଷରୁ ଗଜପତି ଜିଲ୍ଲା ମୋହନା ବ୍ଲକର 39 ପଞ୍ଚାୟତର ଅଙ୍ଗନବାଡ଼ି କର୍ମୀମାନେ ମୋହନା ବ୍ୟାଙ୍କ୍ ନିକଟରେ ଏକତ୍ରିତ ହୋଇ ବିଶାଳ ଶୋଭାଯାତ୍ରା ରେ ବାହରି ହାତରେ ପ୍ଲାକାର୍ଡ଼ ଧରି 8 ଦଫା ଦାବୀର ସ୍ଲୋଗାନ ଦେଇ ସମନ୍ବିତ ଶିଶୁ ବିକାଶ କାର୍ଯ୍ୟାଳୟ ସମୁଖରେ ଗଣଧାରଣାରେ ବସିଥିଲେ । ଆଠ ଦଫା ଦାବୀ ଗୁଡିକ ହେଲା ତୁରନ୍ତ ସରକାର ଅଙ୍ଗନବାଡ଼ି ସ୍କିମକୁ ଉଚ୍ଛେଦ କରି ସ୍ଥାୟୀ ମାନ୍ୟତା ପ୍ରଦାନ, ସର୍ବନିମ୍ନ ବେତନ ବୃଦ୍ଧି, ମିନି ଅଙ୍ଗନବାଡ଼ି କର୍ମୀଙ୍କୁ ମୁଖ୍ୟ ଅଙ୍ଗନବାଡ଼ି କର୍ମୀର ମାନ୍ୟତା, ଗରମ ରନ୍ଧା ଖାଦ୍ୟର ଦର ବୃଦ୍ଧି ଓ ଅବସର ପରେ କର୍ମୀଙ୍କ ପେନସନ ଲାଗୁ କରିବା, ଅଙ୍ଗନୱାଡ଼ି କର୍ମୀ କାର୍ଯ୍ୟରତ ସମୟର ମୃତ୍ୟୁ ବରଣ କରିଲେ ପରିବାର ଜଣକୁ ଚାକିରି ଦେବା ଆଦି ଦାବି କରିଛନ୍ତି । ସରକାର ଯେ ପର୍ଯ୍ୟନ୍ତ ଦାବି ପୁରଣ ନ କରନ୍ତି, ଏହି ଆନ୍ଦୋଳନ ସହ ଗଣଧାରଣା ଜାରି ରହିବ ବୋଲି ସଙ୍ଘ ତରଫରୁ ଜଣା ପଡ଼ିଛି ।

Leave a Reply

Your email address will not be published. Required fields are marked *