ଯୁଦ୍ଧ ଜାହାଜରେ ରୋଗୀ ସେବା !!!

Spread the love

ପାରାଦୀପ ( ଆୱାଜ ମିଡିଆ ) – ଚକ୍ରବର୍ତ୍ତୀ ଓତା : କେବଳ ଯୁଦ୍ଧ ରେ ପାରଙ୍ଗମ ନୁହଁନ୍ତି ସେମାନେ , ସେମାନେ ସ୍ୱାସ୍ଥ୍ୟ ସେବା ରେ ମଧ୍ଯ ବେଶ୍ ସିଦ୍ଧହସ୍ତ | ଅଥଳ ଜଳ ରାଶି ରେ ସୁ ସୁ ଗର୍ଜନ କରୁଥିବା ଘଡିଆଳ ଏବେ ଆସିଛି ଯୋଗାଇବା ପାଇଁ ସ୍ୱାସ୍ଥ୍ୟ ସେବା | ପାରାଦୀପ ବନ୍ଦର ନିଷିଦ୍ଧାଞ୍ଚଳ ମଧ୍ୟରେ ଆଜି ସାଧାରଣ ଲୋକ ପାଉଛନ୍ତି ଚିକିତ୍ସା ସୁବିଧା | ଭାରତୀୟ ନୌସେନା ର ଯୁଧ୍ୟ ଜାହାଜ ଘଡିଆଳ ଏବେ ପାରାଦୀପ ବନ୍ଦର ନିଷିଦ୍ଧାଞ୍ଚଳ ମଧ୍ୟରେ | ଆଇ ଏନ ଏସ ଘଡିଆଳ ପାରାଦୀପ ରେ ପହଂଚି ଆରମ୍ଭ କରିଛି ସ୍ଵାସ୍ଥ୍ୟ ସେବା | ୧୯୭୧ ମସିହା ଡିସେମ୍ବର ୪ ତାରିଖରେ ପାକିସ୍ତାନର କରାଚି ସହର ଉପରେ ନୌସେନା ଆକ୍ରମଣ କରି ବିଜୟ ହାସଲ କରିଥିଲା ! ତେଣୁ ସେହି ବିଜୟ ଦିବସ କୁ ମନେ ରଖିବା ପାଇଁ ପ୍ରତିବର୍ଷ ଡିସେମ୍ବର ୪ ତାରିଖରେ ନୌସେନା ଦିବସ ପାଳନା କରାଯାଇଥାଏ । ତେବେ ଏହି ଅବସରରେ ନୌସେନା ଦିବସ ପାଳନ ପୂର୍ବରୁ ସେନା ର ଯବାନ ମାନେ ଲାଗି ପଡିଛନ୍ତି ସାଧାରଣ ଲୋକଙ୍କ ଚିକିତ୍ସା ସେବାରେ |

Leave a Reply

Your email address will not be published. Required fields are marked *