କଟକ ( ଆୱାଜ ମିଡ଼ିଆ ) – ଅମ୍ରିତା ପଟ୍ଟନାୟକ : ଐତିହାସିକ ସହର ତଥା ପୂର୍ବତନ ରାଜଧାନୀ କଟକ ର ବକ୍ସିବଜାର ଠାରେ ବକ୍ସି ଜଗବନ୍ଧୁଙ୍କ ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ବାଇମୁଣ୍ଡି ସଂଗଠନ ତରଫରୁ ଦାବି ହୋଇଛି । ବକ୍ସି ବଜାର ଠାରୁ ଏକ ଶୋଭାଯାତ୍ରା ଆରମ୍ଭ କରି ବାଇମୁଣ୍ଡି ସଂଗଠନର କର୍ମକର୍ତ୍ତା ମାନେ ମୁନିସିପାଲଟି କାର୍ଯ୍ୟାଳୟରେ ପହଞ୍ଚି କମିସନରଙ୍କୁ ଏକ ଦାବି ପତ୍ର ପ୍ରଦାନ କରିବା ସହ ଆଗାମୀ ଦିନରେ ବକ୍ସି ଜଗବନ୍ଧୁଙ୍କ ଜୟନ୍ତୀ ଥିବାରୁ ଜୟନ୍ତୀ ପୂର୍ବରୁ ପ୍ରତିମୂର୍ତ୍ତି ପ୍ରତିଷ୍ଠା କରିବା ପାଇଁ ଦାବି କରିଥିଲେ ।
ବକ୍ସିବଜାର ଠାରେ ବକ୍ସି ଜଗବନ୍ଧୁଙ୍କ ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ବାଇମୁଣ୍ଡି ସଂଗଠନ ତରଫରୁ ଦାବି !!!

