ବାଲିଗୁଡ଼ା ସହରରେ ତିନି ଦିନ ହେଲା ବନ୍ଦ ରହିଛି ଜଳ ଯୋଗାଣ : ବିଭାଗୀୟ ଅଧିକାରୀଙ୍କ ନିଘା ନାହିଁ, ଲୋକେ ହନ୍ତସନ୍ତ !!!

Spread the love

କନ୍ଧମାଳ ( ଆୱାଜ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦରେ ଅଧିକାଂଶ ସମୟରେ ଜଳ କଷ୍ଟ ଦେଖିବାକୁ ମିଳୁଛି । ସହର ପାଇଁ ଏ ସମସ୍ୟା ନୁଆ ନୁହେଁ । ଖରା, ବର୍ଷା, ଶୀତ ସବୁବେଳେ ସମାନ ପରିସ୍ଥିତି । ବିଭାଗୀୟ ଅଧିକାରୀଙ୍କ ଦେଖା ମିଳୁ ନଥିବା ବେଳେ କର୍ମଚାରୀ ମାନଙ୍କୁ ସମସ୍ୟା ବାବଦରେ ପଚାରିଲେ କିଛି ସନ୍ତୋଷ ଜନକ ଉତ୍ତର ମିଳୁନାହିଁ । କେତେବେଳେ ମୋଟର ପୋଡ଼ିଯାଇଛି , ତ’ ଆଉ କେତେବେଳେ ଟାଙ୍କିରେ ପାଣି ନାହିଁ ବୋଲି ଉତ୍ତର ମିଳୁଥିବା କହୁଛନ୍ତି ଅଞ୍ଚଳବାସୀ । ସରକାର ଗାଁ ଠୁ ସହର ସବୁ ଅଞ୍ଚଳରେ ଅଞ୍ଚଳବାସୀଙ୍କୁ ଘରକୁ ଘର ପାଇପ୍ ଯୋଗେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ କରିବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ହେଲେ ସରକାରୀ ବାବୁ ମାନଙ୍କ ମନମାନି କାର୍ଯ୍ୟ କଳାପ ଏବଂ ଇଛାଶକ୍ତି ଅଭାବରୁ ଯୋଜନାର ସୁଫଳ ପାଇବାରୁ ବଞ୍ଚିତ ରହୁଛନ୍ତି ଜନସାଧାରଣ । ଏଭଳି ପରିସ୍ଥିତିରେ ଅଞ୍ଚଳବାସୀଙ୍କ ସମସ୍ୟା ବୁଝିବ କିଏ ? ଆଜକୁ ତିନି ଦିନ ବିତିଲାଣି ସହରରେ ଜଳ ଯୋଗାଣ ବନ୍ଦ ରହିଛି । ଫଳରେ ଟୋପେ ପାଣି ପାଇଁ ନାହିଁନଥିବା ଅସୁବିଧାର ସମୁଖୀନ ହେଉଛନ୍ତି ଲୋକେ । ତୁରନ୍ତ ସମସ୍ୟାର ସ୍ଥାୟୀ ସମାଧାନ କରିବା ସହ ନିୟମିତ ଜଳଯୋଗାଣ କରିବା ପାଇଁ ସହରବାସୀଙ୍କ ପକ୍ଷରୁ ଦାବି ହେଉଛି ।

Leave a Reply

Your email address will not be published. Required fields are marked *