କଣିହାଁ ( ଆୱାଜ ମିଡ଼ିଆ ) – ଅଶ୍ବିନୀ କୁମାର ଦେବତା : କଣିହାଁ ସରପଞ୍ଚ ସଙ୍ଘ ତରଫରୁ ବିଡିଓ ଙ୍କୁ ଦାବିପତ୍ର ! ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକରେ ମୋଟ 27 ଟି ଗ୍ରାମ ପଞ୍ଚାୟତ ଅଛି । ପ୍ରତ୍ୟେକ ଗ୍ରାମ ପଞ୍ଚାୟତର ନିର୍ବାଚିତ ସରପଞ୍ଚ ମାନଙ୍କୁ ନେଇ କଣିହାଁ ବ୍ଲକ ସରପଞ୍ଚ ସଂଘ ଗଠିତ ହୋଇଛି । ସରପଞ୍ଚ ମାନଙ୍କର ବିଭିନ୍ନ ସମସ୍ୟା ଗୁଡିକୁ ନେଇ ଆଜି ସଙ୍ଘ ସଭାପତି ଦୁଃଖବନ୍ଧୁ ବେହେରାଙ୍କ ନେତୃତ୍ୱରେ ଏକ 12 ଦଫା ସମ୍ବଳିତ ଦାବି ପତ୍ର କଣିହାଁ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ପ୍ରଦାନ କରାଯାଇଛି । ମୁଖ୍ୟ ପ୍ରସ୍ତାବ ଗୁଡିକ ହେଲା ପ୍ରତ୍ୟେକ ଦୁଇ ମାସରେ ପଞ୍ଚାୟତ ସମିତି ବୈଠକ କରାଯିବା । କୌଣସି ସରକାରୀ କର୍ମଚାରୀ ସରପଞ୍ଚ ମାନଙ୍କୁ ଅସମ୍ମାନିତ କଲେ, ତାଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା, ସରପଞ୍ଚ ମାନଙ୍କ ମାସିକ ଭତ୍ତା ଓ ଗସ୍ତ ଖର୍ଚ୍ଚ ବୃଦ୍ଧି କରିବା ସହିତ ଚିକିତ୍ସା ସୁବିଧା, ଅବସର କାଳୀନ ପେନସନ ଲାଗୁ କରିବା, ବ୍ଲକ ସ୍ତରରେ ନିଯୁକ୍ତି ଥିବା ସରକାରୀ କର୍ମଚାରୀ ନିଜର ଦାୟିତ୍ୱ ସୁଚାରୁ ରୂପେ ତୁଲାଇବା ସହିତ ସରପଞ୍ଚ ମାନଙ୍କୁ ସାହାଯ୍ୟ ସହଯୋଗ କରିବାକୁ ଦାବି ରଖିଛନ୍ତି । ଉକ୍ତ ପ୍ରସ୍ତାବ ଗୁଡିକ ଉପରେ ଆଲୋଚନା କରି ସରପଞ୍ଚ ସଙ୍ଘକୁ ଜଣେଇବାକୁ ବିଡିଓ ଙ୍କୁ ଅନୁରୋଧ କରିଛନ୍ତି ।
କଣିହାଁ ସରପଞ୍ଚ ସଙ୍ଘ ତରଫରୁ ବିଡିଓ ଙ୍କୁ ଦାବିପତ୍ର !!!

