କଳାପଥର ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରରେ ଏକାଦଶ ବିଜ୍ଞାନ ମେଳା ଅନୁଷ୍ଠିତ !!!

Spread the love

କଳାପଥର ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : ମାତୃବିହାର ପରିସରରେ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର, କଳାପଥରର ଏକାଦଶ ଶୀତକାଳିନ ବାର୍ଷିକ ବିଜ୍ଞାନମେଳା ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ଦ୍ବାରା ପ୍ରାୟ ୩୦ଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା । ଉକ୍ତ ବିଜ୍ଞାନମେଳାକୁ ବିଦ୍ୟାଳୟର ସଂପାଦିକା ଶ୍ରୀମତୀ ଜୟନ୍ତୀ ସାହୁ ଉଦଘାଟନ କରିଥିଲେ । ବାଙ୍କୀର ବରିଷ୍ଠ ସାହିତ୍ୟିକ ରବି ନାରାୟଣ ମଙ୍ଗରାଜ, ଶିକ୍ଷାବିତ୍ ଧରମୁଧର ଯୁଝାର ସିଂହ, ସିଆରସିସି ବିଜୟ କୁମାର ନନ୍ଦ ଅତିଥି ଭାବେ ଯୋଗଦେଇ ପିଲା ମାନଙ୍କର ପ୍ରକଳ୍ପକୁ ବୁଲି ଦେଖିବା ସହିତ ପ୍ରଶଂସା କରିଥିଲେ ! ଶିକ୍ଷାକେନ୍ଦ୍ରର ଅଧ୍ୟକ୍ଷା ଶ୍ରୀମତୀ ପୁଷ୍ପଲତା ମହାପାତ୍ର , ଉପ ଅଧ୍ୟକ୍ଷା କ୍ରିଷ୍ଣାରାଣୀ ମହାପାତ୍ର, ସହ ଶିକ୍ଷକ ରଂଜନ ସାହୁ, ସାଗର ଜେନା , ସ୍ୱର୍ଣ୍ଣପ୍ରଭା ଦାସ , ସହ ଶିକ୍ଷୟିତ୍ରୀ ଲକ୍ଷ୍ମୀପ୍ରିୟା ପଣ୍ତା, ମଧୁସ୍ମିତା ଜେନା ପ୍ରମୁଖ ଉପସ୍ଥିତ ରହି ସମସ୍ତ କାର୍ଯ୍ୟକ୍ରମକୁ ସୂଚାରୁ ରୂପେ ସଂପାଦନା କରିଥିଲେ ।

 

Leave a Reply

Your email address will not be published. Required fields are marked *