ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ଆଞ୍ଚଳିକ ପରିବହନ କାର୍ଯ୍ୟାଳୟର କେତେକ କାର୍ଯ୍ୟକଳାପକୁ ନାପସନ୍ଦ କରି ପାରଳାଖେମୁଣ୍ଡିର ଯୁବ ଗୋଷ୍ଠୀ ପରିବହନ ଅଧିକାରୀ ସାନ୍ତୁନୁ ପରିଡ଼ାଙ୍କ ସହ ଆଲୋଚନା କରିଛନ୍ତି । ସହରରେ କିଛି ଦିନ ହେଲା ବିଭାଗ ପକ୍ଷରୁ ମନ ଇଚ୍ଛା ଅଧିକରୁ ଅଧିକ ଜରିମାନା ଆଦାୟ କରାଯାଉ ଥିବାରୁ ଯୁବ ଗୋଷ୍ଠୀ ଏହାକୁ ବିରୋଧ କରିଛନ୍ତି । ବିଭାଗୀୟ କର୍ମଚାରୀ ମାନେ କୌଣସି ଯାଞ୍ଚ ନ କରି ଲୁଚି ଛପି ବିଭିନ୍ନ ଗାଡିର ଫଟୋ ଉଠାଇ ନେଇ ଜରିମାନା ସମ୍ପର୍କରେ ମୋବାଇଲ ଫୋନକୁ ମେସେଜ ପଠାଉଛନ୍ତି । ବିଶେଷ କରି ଦୁଇ ଚକିଆ ଯାନ ଗୁଡିକ ଉପରେ କେବଳ ଫଟୋ ଉଠାଇ 5 ହଜାର ଟଙ୍କା ରୁ ଉର୍ଦ୍ଧ୍ବ ଜରିମାନା ପକାଇଛନ୍ତି । ଯଦି ଜଣେ ହେଲମେଟ ପରିଧାନ କରି ନ ଥିବ ଏବଂ ତାର ସମସ୍ତ କାଗଜପତ୍ର ଠିକ ଥିବ ସେଠାରେ ବି ପାଞ୍ଚ ହଜାରରୁ ଉର୍ଦ୍ଧ୍ବ ଜରିମାନା କରାଯାଉଥିବା ସମ୍ପର୍କରେ ଅଭିଯୋଗ କରିଥିଲେ । ଏଥିପ୍ରତି ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବା ଲାଗି ଯୁବ ଗୋଷ୍ଠୀ ଙ୍କ ପକ୍ଷରୁ ଦାବି ହୋଇଛି ।