ଡମପଡା ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : ବାଙ୍କୀ ଚକାପଦାର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଆଦର୍ଶ ଯୁବ ପରିଷଦ ଏବଂ ତାଳବସ୍ତର କାଳିଚରଣ କଳା, ସାହିତ୍ୟ ଓ ସଂସ୍କୃତି ପରିଷଦର ମିଳିତ ଆୟୋଜନରେ ତାଳବସ୍ତର ସରକାରୀ ବାଳିକା ବିଦ୍ୟାଳୟ ପରିସରରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଯୁବବନ୍ଧୁ ସତସଂଘ ପରିବାର ର ସଂପାଦକ , ଭୂତନାଥ ସାହିତ୍ୟ ଓ ସଂସ୍କୃତି ପରିଷଦର ଆବାହକ ଅକ୍ଷୟ କୁମାର ସାମଲ ଯୋଗଦେଇ ଏଡସ ରୋଗର ନିରାକରଣ ଓ ଲକ୍ଷଣ ଉପରେ ନିଜର ବକ୍ତବ୍ୟ ରଖିଥିଲେ । ପଥଚାରୀ ମାନଙ୍କୁ ଏଡସ ସଚେତନତା ପ୍ରଚାର ପତ୍ର ବଣ୍ଟାଯାଇଥିଲା । ଗ୍ରାମାଂଚଳରେ ଅନୁଷ୍ଠାନ ଦ୍ବୟର ବିଭିନ୍ନ ସମୟରେ କରାଯାଉଥିବା ସଚେତନମୂଳକ ଜନକଲ୍ୟାଣ କାର୍ଯ୍ୟକ୍ରମକୁ ସ୍ଥାନୀୟ ବୁଦ୍ଧିଜିବୀ ମାନେ ପ୍ରଶଂସା କରିଥିଲେ । ସମସ୍ତ କାର୍ଯ୍ୟକ୍ରମକୁ ଯୁବ ସ୍ବେଚ୍ଛାସେବୀ ବନମାଳି ଦାସ, ଭାସ୍କର ଦାସ, ବିଷ୍ଣୁ ସାହୁ , ଲିଙ୍କନ ସାହୁ, ଲିପୁ ନାୟକ, ବିକାଶ ବସ୍ତି, କାଳନ୍ଦି ବୈଷ୍ଣବ, କୃଷ୍ଣ ଦାସ ପ୍ରମୂଖ ଉପସ୍ଥିତ ରହି ସହଯୋଗ କରିଥିଲେ । ଶେଷରେ ଅନୁଷ୍ଠାନର ପ୍ରତିଷ୍ଠାତା ତଥା କବି ଦିବ୍ୟଜ୍ୟୋତି ପ୍ରସାଦ ଧନ୍ୟବାଦ ଅର୍ପଣ କରିଥିଲେ ।
ତାଳବସ୍ତରେ ବିଶ୍ବ ଏଡସ ଦିବସ ପାଳିତ !!!

