ପୌର ପରିଷଦର ଅଜବ ନୀତି !!! ବଜାରର ମୁଖ୍ୟ ରାସ୍ତା ରୁ ପାର୍କିଙ୍ଗ ହଟିବ କେବେ ?

Spread the love

ଗଜପତ ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିର ବଡ଼ ଦାଣ୍ଡରୁ ମୁଖ୍ୟ ବଜାରକୁ ସଂଯୋଗ କରୁଥିବା ରାସ୍ତାରେ ଦୁଇ ଚକିଆ ଯାନ ପାର୍କିଂ ବ୍ୟବସ୍ଥା ଦୀର୍ଘ ବର୍ଷ ହେଲା ଲାଗି ରହିଛି । ଯାହା ଫଳରେ ରାସ୍ତା ର ଉଭୟ ପାର୍ଶ୍ଵରେ ଯାତାୟାତ କରିବା କଷ୍ଟସାଧ୍ୟ ହେଉଛି । ରାସ୍ତା ମଝିରେ ଗାଡି ରଖିବା ଦ୍ଵାରା ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଛି । ସାଧାରଣ ଲୋକଟିଏ ଯିବା ଆସିବା ପାଇଁ କଷ୍ଟସାଧ୍ୟ ହେଉଛି । ଏହି ରାସ୍ତା ଟି ବ୍ୟବସାୟିକ ସ୍ଥଳ ହୋଇ ଥିବାରୁ ପଟା ରିକ୍ସା, ଟ୍ରଲିରେ ଜିନିଷ ଦୋକାନକୁ ନେବା ସମୟରେ ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଛି । ଏହି ସମସ୍ୟା ଦୀର୍ଘ ଦିନ ଧରି ଲାଗି ରହିଥିଲେ ସୁଦ୍ଧା ଏଥିପ୍ରତି ଜିଲ୍ଲା ପ୍ରଶାସନ କିମ୍ବା ପୌର ପ୍ରଶାସନ ପଦକ୍ଷେପ ନନେବା ସମସ୍ତ ଙ୍କୁ ଚକିତ କରିଛି । ତେଣୁ ପାର୍କିଙ୍ଗ ବ୍ୟବସ୍ଥା ଅନ୍ୟ ଜାଗାକୁ ସ୍ଥାନାନ୍ତରିତ କରି ପାରିଲେ ଟ୍ରାଫିକ ସମସ୍ୟାର ସମାଧାନ ହେବା ସଙ୍ଗେ ସଙ୍ଗେ ଜନ ସାଧାରଣ ଗହଳି ରୁ ନିସ୍ତାର ହୋଇ ରାସ୍ତାର ଉଭୟ ପାର୍ଶ୍ଵରେ ନିର୍ଭୟରେ ଚାଲି ପାରିଥାନ୍ତେ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଉଛି ।

Leave a Reply

Your email address will not be published. Required fields are marked *