ବହୁମୂଖୀ ସ୍ୱାସ୍ଥ୍ୟ କର୍ମୀ ମହାସଂଘ ପକ୍ଷରୁ ୫ ଦଫା ଦାବିପତ୍ର ପ୍ରଦାନ !!!

0
161

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ର ବହୁମୂଖୀ ସ୍ୱାସ୍ଥ୍ୟ କର୍ମୀ ମହାସଂଘ ପକ୍ଷରୁ ୫ ଦଫା ଦାବି ନେଇ ଏକ ସ୍ମାରକପତ୍ର ଗୁରାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଭାରପ୍ରାପ୍ତ ସ୍ୱାସ୍ଥ୍ୟ ଅଧିକାରୀ ଡକ୍ଟର ପତିତପାବନ ବାରିକଙ୍କୁ ପ୍ରଦାନ କରାଯାଇଛି । ଗୁରାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିନସ୍ଥ କାର୍ଯ୍ୟରତ ସ୍ୱାସ୍ଥ୍ୟ କର୍ମୀ ମାନେ ପାଞ୍ଚ ଦଫା ଦାବିପତ୍ର ସ୍ଥାନୀୟ ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ପ୍ରଦାନ କରିଛନ୍ତି । ଦାବିପତ୍ରରେ ଉଲ୍ଲେଖ ଅଛି ଯେ, ସେମାନଙ୍କ ଚାକିରି କାଳରେ ସର୍ବନିମ୍ନ ୪ ଟି ପଦୋନ୍ନତି ଦିଆଯିବା, ୩.୧୧.୨୦୨୦ ରେ ସ୍ୱାସ୍ଥ୍ୟ ବିଭାଗ ତରଫରୁ ପ୍ରକାଶିତ ବିଜ୍ଞପ୍ତିକୁ ପ୍ରତ୍ୟାହାର କରି ଅର୍ଥ ବିଭାଗ ତରଫରୁ ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ଆର୍.ଏ.ସି.ପି ଆକାରରେ ଗ୍ରେଡ-ପେ ଦିଆଯିବା, ୨୦୦୪ ରୁ ୨୦୧୩ ମସିହାରେ ଓ.ଆର୍.ଭି. ଆକ୍ଟରେ ଚାକିରି କରୁଥିବା ଠିକା କର୍ମଚାରୀଙ୍କ କାର୍ଯ୍ୟକାଳକୁ ମୂଳ ଚାକିରୀରେ ଗଣନା କରି ୬ ଟି କ୍ଲଷ୍ଟଲ ଇଂକ୍ରୀମେଣ୍ଟ ଦିଆଯାଇ ଦରମା ବୃଦ୍ଧି କରାଯିବା, ବହୁମୁଖୀ ସ୍ୱାସ୍ଥ୍ୟ କର୍ମୀ (ମହିଳା /ପୁରୁଷ) ଓ ବହୁମୁଖୀ ସ୍ୱାସ୍ଥ୍ୟ ପରିଦର୍ଶକ (ମହିଳା /ପୁରୁଷ) ଙ୍କ ପଦବୀର ନାମ ପରିବର୍ତ୍ତନ କରାଯିବା, ପୋଷାକ ଭତ୍ତା ଆକାରରେ ମାସିକ ୫୦୦୦ଟଙ୍କା ପ୍ରଦାନ କରାଯାଉ ବୋଲି ଦାବି ନେଇ ଗୋଷାଣୀ ବ୍ଲକରେ କାର୍ଯ୍ୟରତ ପ୍ରାୟ ୫୦ରୁ ଉର୍ଦ୍ଧ ଜଣ କର୍ମଚାରୀ ଗୁରାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଞ୍ଚି ଦାବିପତ୍ର ଦେଇଥିଲେ । କର୍ମଚାରୀ ମାନେ କହିଥିଲେ ଯେ, ଯଦି ସରକାର ଏହି ଦାବି ଗୁଡ଼ିକ ପୂରଣ ନକରିଲେ ଆସନ୍ତା ମାସ ଡିସେମ୍ବର ୭ତାରିଖ ଠାରୁ କଳା ବ୍ୟାଜ୍ ପିନ୍ଧିବେ ଓ ୧୨ତାରିଖରୁ ସରକାରଙ୍କୁ ଅସହଯୋଗ ଆନ୍ଦୋଳନ କରିବେ । ତଥାପି ସରକାର ଯଦି ଦାବି ପୂରଣ ନକରିବେ ୨୧ ତାରିଖ ଠାରୁ ସମସ୍ତ କର୍ମଚାରୀ କାର୍ଯ୍ୟ ବନ୍ଦ ଆନ୍ଦୋଳନ କରିବେ । ଯାହାକି ଟୀକା କରଣ ପରିଚାଳନା, ମମତା ଦିବସ ପରିଚାଳନା, ଜାତୀୟ ସ୍ୱାସ୍ଥ୍ୟ ଦିବସ ପରିଚାଳନା ପରି ବହୁ କାର୍ଯ୍ୟ ବନ୍ଦ ରହିବ ଏହି ଦାବିପତ୍ର ପ୍ରଦାନ ବେଳେ ସ୍ୱାସ୍ଥ୍ୟକର୍ମୀ ପ୍ରମୋଦ କୁମାର ନାୟକ, ବାବୁଲା ଜେନା, ଉମେଶ ମୋହାକୁଡ , କେକେ ସାମା, ସ୍ଵାସ୍ଥ୍ୟକର୍ମି ଏନ ଲକ୍ଷ୍ମୀଆମ୍ମା, କ୍ରୀଷ୍ଣାଦେବୀ, ବି ଜଗଦମ୍ବା ଙ୍କ ସମେତ ବହୁ କର୍ମଚାରୀ ଉପସ୍ଥିତ ହୋଇଥିଲେ ।

LEAVE A REPLY

Please enter your comment!
Please enter your name here