ଶାଗୁଆନ ପଟା ସହ ବାଇକ୍ ଜବତ : ଆସାମୀ ଫେରାର !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – ମମତା ମହାପାତ୍ର : ନୟାଗଡ ବନ ବିଭାଗ ର ପୁଣି ପୁରୁଣା କାହାଣୀ , କାଠ ପଟା ଜବତ , ହେଲେ ଆସାମୀ ଫେରାର ! ଗତକାଲି ସନ୍ଧ୍ୟା ୭ ଘଟିକା ସମୟରେ ବାହାଡାଝୋଲା ରୁ କାପ୍ତାପଲ୍ଲୀ ରାସ୍ତାରେ ବାହାଡାଝୋଲା ବନାଞ୍ଚଳ ସେକ୍ସନ ଷ୍ଟାଫ୍ ପେଟ୍ରୋଲିଂ କରୁଥିବା ସମୟରେ ଗୋଟିଏ ହିରୋହୁଣ୍ଡା ସିଡ଼ି ଡ଼ିଲକ୍ସ ଗାଡି ସହ ୬ ଖଣ୍ଡ ଶାଗୁଆନ ପଟା ଜବତ କରିଥିବା ବେଳେ ଆସାମୀ ଖସି ପଳାଇଥିବା ସୂଚନା ମିଳିଛି | ଅନ୍ଧାର ର ସୁଯୋଗ ନେଇ ଆସାମୀ ଗାଡି ଓ ପଟା କୁ ଛାଡ଼ି ଜଙ୍ଗଲ କୁ ପଳେଇ ଯାଇଥିଲା | ଆସାମୀ କୁ ଧରିବା ପାଇଁ ତଦନ୍ତ ଚାଲିଥିବା ବାହାଡାଝୋଲା ସେକ୍ସନ ଫରେଷ୍ଟର ସନାତନ ସ୍ୱାଇଁ ସୂଚନା ଦେଇଛନ୍ତି |

Leave a Reply

Your email address will not be published. Required fields are marked *