କଳାପଥର ( ଆୱାଜ ମିଡ଼ିଆ ) – ପ୍ରଶାନ୍ତ କୁମାର କର : ବାଙ୍କୀ ନିର୍ବାଚନ ମଣ୍ଡଳୀ କଳାପଥର ଗ୍ରାମ ପଞ୍ଚାୟତର କୃଷ୍ଣପଲ୍ଲୀ ପାଟଣା ଠାରେ କୃଷ୍ଣପଲ୍ଲୀ ସେବା ସମବାୟ ସମିତିର ନୂତନ ଗୃହର ଶୁଭ ଉଦଘାଟନ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବାଙ୍କୀର ପୂର୍ବତନ ବିଧାୟକ ପ୍ରଭାତ କୁମାର ତ୍ରିପାଠୀ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ସମିତି ଗୃହକୁ ଉଦଘାଟନ କରିଥିଲେ । ସେହିପରି ସମ୍ମାନିତ ଅତିଥି ଭାବେ ବାଙ୍କୀ କେନ୍ଦ୍ର ସମବାୟ ବ୍ୟାଙ୍କର ସଭାପତି ତଥା ବିଜେଡି ନେତା ସୁବାସ ଚନ୍ଦ୍ର ପାଢ଼ୀ , ମୁଖ୍ୟ ବକ୍ତା ଭାବେ DRCS କଟକ ଲକ୍ଷ୍ମୀଧର ସୁବୁଦ୍ଧି ,ବାଙ୍କୀ ବ୍ୟାଙ୍କ ସମ୍ପାଦକ ଅଭୟ କୁମାର ଲେଙ୍କା ଯୋଗଦାନ କରିଥିଲେ । ବାଙ୍କୀ ବ୍ୟାଙ୍କ ନିର୍ଦ୍ଦେଶକ ଅଶାନ୍ତି ବେହେରା ଓ ସମିତିର ସଭାପତି , ସମ୍ପାଦକ , ନିର୍ଦ୍ଦେଶକ ଓ କୃଷ୍ଣପଲ୍ଲୀ ଗ୍ରାମର ଯୁବପିଢି ଓ ମା ମାନଙ୍କ ଉପସ୍ଥିତିରେ ସଭାକାର୍ଯ୍ୟ ଅନୁଷ୍ଠିତ ହୋଇଥିଲା ।
କୃଷ୍ଣପଲ୍ଲୀ ସେବା ସମବାୟ ସମିତିର ନୂତନ ଗୃହର ଶୁଭ ଉଦଘାଟନ !!!

