ଗୋବିନ୍ଦପୁର ଗ୍ରାମପଞ୍ଚାୟତରେ ମାଗଣା ଚକ୍ଷୁ ଚିକିତ୍ସା ଶିବିର !!!

Spread the love

ଡମପଡା ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : କଟକ ମଡର୍ଣ୍ଣ ଆଇ କେୟାର, ଡମପଡା ସମ୍ବାଦ ସାହିତ୍ୟ ଘର ଏବଂ କଲରାଅଣ୍ଟା ର ଲାଲ ବାହାଦୁର ଯୁବ ସଂସଦର ମିଳିତ ଆନୁକୁଲ୍ୟରେ ଡମପଡା ବ୍ଲକ ଅନ୍ତର୍ଗତ ଗୋବିନ୍ଦପୁର ଗ୍ରାମ ପଞ୍ଚାୟତରେ ଏକ ମାଗଣା ଚକ୍ଷୁ ପରୀକ୍ଷା ଓ ଅସ୍ତ୍ରୋପଚାର ଶିବିର ଅନୁଷ୍ଠିତ ହୋଇଯାଇଛି । ଚକ୍ଷୁ ବିଶେଷଜ୍ଞ ଡାକ୍ତର ସନ୍ତୋଷ ମନ୍ତ୍ରୀ, ସହାୟିକା ସୁଶ୍ରୀ ସଂଗୀତା ଖଣ୍ତା, ସହାୟକ ପିଙ୍କୁ ରାଉତ ରୋଗୀ ମାନଙ୍କର ଚକ୍ଷୁ ପରୀକ୍ଷା କରିଥିଲେ । ମୋତିଆବିନ୍ଦୁ ଆକ୍ରାନ୍ତ ହୋଇଥିବା ଲୋକ ମାନଙ୍କର ମାଗଣାରେ ଅସ୍ତ୍ରୋପଚାର କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ସଭାପତି ପ୍ରକାଶ ଚନ୍ଦ୍ର ପ୍ରଧାନ, ଡମପଡା ଡିଗ୍ରୀ ମହାବିଦ୍ୟାଳୟର ଅଧ୍ୟକ୍ଷ ଚିତ୍ତରଂଜନ ରଣା, କବି ବଂଶିଧର ମହାପାତ୍ର, ସମାଜସେବୀ ଶଂକର ନାୟକ, ଲାଲୁ ପ୍ରଧାନ, ପୂର୍ବତନ ସରପଂଚ ପ୍ରମୋଦ କୁମାର ସାହୁ, ଆଧ୍ୟାତ୍ମିକ ଗୁରୁ କୁମାର ଅମୀୟ, ଆଦର୍ଶ ଯୁବ ପରିଷଦର ଆବାହାକ ଅକ୍ଷୟ କୁମାର ସାମଲ, ସାମ୍ବାଦିକ ଶୁଭେନ୍ଦୁ ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ ।

Leave a Reply

Your email address will not be published. Required fields are marked *