ମହିଳା ସ୍ନାତକ ମହା ବିଦ୍ୟାଳୟରେ ଇତିହାସ ବିଭାଗ ର ପାଠଚକ୍ର !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ମହିଳା ସ୍ନାତକ ମହା ବିଦ୍ୟାଳୟ ପରିସରରେ ଇତିହାସ ବିଭାଗ ର ପାଠଚକ୍ର ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷା ଡକ୍ଟର ରୀନା ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉପସ୍ଥିତ ଛାତ୍ରୀମାନଙ୍କୁ ଶିକ୍ଷା ର ମହତ୍ତ୍ୱ ତଥା ପାଠଚକ୍ର ର ଆବଶ୍ୟକତା ସମ୍ପର୍କରେ ବକ୍ତବ୍ୟ ଦେଇଥିଲେ । ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ୱୟଂ ଶାସିତ ମହା ବିଦ୍ୟାଳୟର ଇତିହାସ ବିଭାଗର ମୁଖ୍ୟ ଅଧ୍ୟାପିକା ସୁଜାତା ଗୋମାଙ୍ଗ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଆଲୋଚ୍ୟ ବିଷୟ ଵସ୍ତୁ ନେପୋଲିୟଙ୍କର ଶାସନ ସଂସ୍କାର ଫରାସୀ ବିପ୍ଳବର ପ୍ରଭାବ ସଂପର୍କରେ ନିଜର ଅଭିମତ ରଖିଥିଲେ । ଯୁକ୍ତ ତିନି ଶେଷ ବର୍ଷର ଛାତ୍ରୀ ସୁଭଦ୍ରା ଶବର ଏବଂ ଜୟନ୍ତୀ ବଡ଼ମୁଣ୍ଡି ସନ୍ଦର୍ଭ ପାଠ କରିଥିଲେ। ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ମାଧ୍ୟମରେ ଛାତ୍ରୀ ମାନେ ଅଂଶ ଗ୍ରହଣ କରିଥିଲେ । ମହିଳା ସ୍ନାତକ ମହା ବିଦ୍ୟାଳୟର ଇତିହାସ ବିଭାଗ ମୁଖ୍ୟ ଡକ୍ଟର ଭାରତୀ ପାଣିଗ୍ରାହୀ ମାର୍ଗଦର୍ଶିକା ଭାବେ ଛାତ୍ରୀମାନଙ୍କୁ ନିଜ ବିବରଣୀ ପ୍ରସ୍ତୁତ କରିବାରେ ସହଯୋଗ କରିବା ସହ ତାଙ୍କ ତତ୍ୱାବଧାନରେ ବିଭାଗୀୟ ସମସ୍ତ ଛାତ୍ରୀ ଏଥିରେ ଯୋଗ ଦେଇ ସଫଳ ରୂପାୟନ କରିଥିଲେ । ଶେଷରେ ଛାତ୍ରୀ ଲଳିତା ପଢିଆରୀ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *