ନୟାଗଡ ( ଆୱାଜ ମିଡ଼ିଆ ) – ବିଶ୍ବଭୂଷଣ ମହାପାତ୍ର : ପାଗଳ ବେଶରେ ରହି ନୟାଗଡ଼ ସହରରେ ସିରିଜି ଲୁଟ ଚଲେଇଥିବା ଜଣେ ଲୁଟେରାକୁ ଗିରଫ କରିବାରେ ସକ୍ଷମ ହୋଇଛି ଟାଉନ ଥାନା ପୋଲିସ । ଅଭିଯୁକ୍ତ ଜଣଙ୍କ କେନ୍ଦୁଝର ଯୋଡ଼ା ଅଞ୍ଚଳର ଛାମୁ ମହନ୍ତ ହୋଇଥିବା ବେଳେ ଦୀର୍ଘ ଦିନ ଧରି ନୟାଗଡ଼ ସହରରେ ପାଗଳ ବେଶରେ ରହି ଆସୁଥିଲା । ଦିନ ବେଳେ ବନ୍ଦ ଥିବା ଘରକୁ ଟାର୍ଗେଟ କରି ରାତି ସମୟରେ ସେ ଘରର ତାଲା ଭାଙ୍ଗି ଲୁଟ କରେ ଅଭିଯୁକ୍ତ । ସହରରେ ସିରିଜି ଲୁଟ ଘଟଣା ସାମ୍ନାକୁ ଆସିବା ପରେ ଟାଉନ ପୋଲିସ ଘଟଣାର ତଦନ୍ତ କରି ଅଭିଯୁକ୍ତକୁ ଗିରଫ କରିଛି । ତା ପାଖରୁ 70 ଗ୍ରାମ ସୁନା 500 ଗ୍ରାମର ରୁପା ନଗଦ 10 ହଜାର ଟଙ୍କା ଜବତ କରିଛି ପୋଲିସ । ଅଭିଯୁକ୍ତ ଜଣଙ୍କ ଜଣେ ପେସାଦାର ଲୁଟେରା ହୋଇଥିବା ବେଳେ ପୂର୍ବରୁ ମଧ୍ୟ ଅଭିଯୁକ୍ତ ନାଁରେ କେନ୍ଦୁଝର ଜିଲା ଯୋଡ଼ା ଓ ଚମ୍ପୁଆ ଅଞ୍ଚଳରେ 8 ଉର୍ଦ୍ଧ୍ବ ଲୁଟ ମାମାଲା ରହିଛି ! ଅନ୍ୟ କେଉଁ କେଉଁ ମାମଲାରେ ଅଭିଯୁକ୍ତ ସମ୍ପୃକ୍ତ ଅଛି ସେ ନେଇ ନୟାଗଡ଼ ପୋଲିସ ତଦନ୍ତ ଚଲେଇ ଥିବା ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସୂଚନା ଦେଇଛନ୍ତି ।
ପେଶାଦାର ଲୁଟେରା କୁ କାବୁ କଲା ନୟାଗଡ଼ ପୋଲିସ !!!

