ବାଙ୍କୀ ( ଆୱାଜ ମିଡିଆ ) – ପ୍ରଶାନ୍ତ କୁମାର କର : ଦୀର୍ଘ ୨ ବର୍ଷ ର ବ୍ୟବଧାନରେ ବଡ ଧୂମଧାମ ରେ ପାଳିତ ହେଲା ବାଙ୍କୀ ସ୍ୱୟଂ ଶାସିତ ମହାବିଦ୍ୟାଳୟ ପକ୍ଷରୁ ୬୩ ତମ ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମ ! ମୁଖ୍ୟ ଅତିଥି ଭାବେ ଯୋଗଦେଲେ ପୂର୍ବତନ ସାଂସଦ ପ୍ରସନ୍ନ ପାଟଶାଣି ! କଲେଜ ର ପ୍ରତିଷ୍ଠା ଦିବସ ପାଳନ କୁ ନେଇ ବେଶ ଉତ୍ସାହିତ ରହିଛନ୍ତି ଅଧ୍ୟୟନରତ ଛାତ୍ର ଛାତ୍ରୀ ଓ କର୍ମଚାରୀ ! ଆଜିର ଏହି ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମ ରେ ଛାତ୍ର ଛାତ୍ରୀ ମାନଙ୍କ ପକ୍ଷରୁ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଦର୍ଶନ କରାଯାଇଥିବା ବେଳେ , କଲେଜ ପକ୍ଷରୁ ଯେଉଁ ସବୁ ପ୍ରତିଯୋଗିତା କରାଯାଇଥିଲା ସେଥିରେ କୃତୀ ଛାତ୍ରଛାତ୍ରୀ ଙ୍କୁ ଅତିଥି ମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା ! ତେବେ ପ୍ରତିଷ୍ଠା ଦିବସ ପାଳନ ଅବସରରେ ବାଙ୍କୀର ଯୁବ ବିଧାୟକ ଦେବୀରଞ୍ଜନ ତ୍ରିପାଠୀ ଅନୁପସ୍ଥିତ ଥିବାର ଦେଖା ଯାଇଥିଲା ।
ବାଙ୍କୀ ମହାବିଦ୍ୟାଳୟର ୬୩ ତମ ପ୍ରତିଷ୍ଠା ଦିବସ ପାଳିତ !!!

