ଅନୁଗୋଳ ( ଆୱାଜ ମିଡ଼ିଆ ) – ଟଙ୍କଧର ଗଡ଼ନାୟକ : ଅନୁଗୋଳ ସିରିଡି ସାଇ ଆତ୍ମାଦର୍ଶନ ଚାରିଟେବୁଲ ଟ୍ରଷ୍ଟର ସଭାପତି ବିଦ୍ୟାଧର ନାୟକ , ସଂଯୋଜକ ଅଜୟ କୁମାର ତ୍ରିପାଠୀ , ସମାଜସେବୀ ଶରତ ସାହୁ ଏବଂ ରାଜକୁମାର ଅଗ୍ରୱାଲ ଙ୍କ ସହାୟତାରେ ଜଣେ ମାନସିକ ବିକାରଗ୍ରସ୍ତ ମହିଳାଙ୍କୁ ଆଜି ଗୋଡିବନ୍ଧ ଛକ ଠାରୁ ଉଦ୍ଧାର କରି ଅନୁଗୋଳ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଆଜି ସକାଳ ସମୟରେ ଅସହାୟ ଅବସ୍ଥାରେ ପଡିଥିବା ଉକ୍ତ ମହିଳାଙ୍କୁ ସ୍ଥାନୀୟ ଲୋକ ଦେଖିଥିଲେ । ମହିଳା ଙ୍କ ଗୋଡ଼ ଭାଙ୍ଗି ଯାଇଥିବା ବେଳେ ସେ ଗର୍ଭବତୀ ଥିବା ଅନୁମାନ କରାଯାଉଛି । ସ୍ଥାନୀୟ ବାସିନ୍ଦା ବୁଲୁ ମହାପାତ୍ର , ୧୯ ନଂ ଜୋନର ଜିଲ୍ଲା ପରିଷଦ ବବୃପ୍ରସାଦ ପତି, ଗ୍ରାମ ସଭାପତି ବିରେନ୍ଦ୍ର କୁମାର ନନ୍ଦ ଉକ୍ତ ମହିଳାଙ୍କୁ ଉଦ୍ଧାର କରି ଶିରିଡି ସାଇ ଆତ୍ମା ଦର୍ଶନ ଚାରି ଟେବୁଲ ଟ୍ରଷ୍ଟର ସଂଯୋଜକ ଅଜୟ ତ୍ରିପାଠୀ ଙ୍କ ସହ ଯୋଗାଯୋଗ କରି ଥଇଥାନର ବ୍ୟବସ୍ଥା କରିଥିଲେ ! ଉକ୍ତ ମହିଳାଙ୍କ ଏ ପର୍ଯ୍ୟନ୍ତ ପ୍ରକୃତ ପରିଚୟ ମିଳି ପାରିନଥିବା ବେଳେ, ମହିଳା ଙ୍କୁ ପଚାରିବାରୁ ସେ ସିକନ୍ଦରାବାଦ ର ବୋଲି ବାରମ୍ବାର କହୁଥିବା ଦେଖିବାକୁ ମିଳିଛି ।
ସିରିଡ଼ି ସାଇ ଆତ୍ମା ଦର୍ଶନ ଚାରିଟେବୁଲ ଟ୍ରଷ୍ଟ ଦ୍ଵାରା ମାନସିକ ବିକାରଗ୍ରସ୍ତ ମହିଳା ଉଦ୍ଧାର !!!

