ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଥିବା ଜିଲ୍ଲା ସ୍ତରୀୟ ମୁଖ୍ୟ ଡାକ୍ତରଖାନାରେ କାର୍ଯ୍ୟରତ ପୁରୁଷ, ମହିଳା ସ୍ୱାସ୍ଥ୍ୟକର୍ମୀ ଓ ସ୍ୱାସ୍ଥ୍ୟ ପରିଦର୍ଶକ ଓ ପରିଦର୍ଶିକା ମାନେ , ୫ ଦଫା ଦାବିରେ ଗତ ୭ ତାରିଖ ଠାରୁ କଳାବ୍ୟାଚ ପରିଧାନ କରି କାର୍ଯ୍ୟ କରୁଛନ୍ତି ! ଏଥିରେ ସ୍ୱାସ୍ଥ୍ୟକେନ୍ଦ୍ରର ସମସ୍ତ ବହୁମୁଖୀ ସ୍ୱାସ୍ଥ୍ୟକର୍ମୀ ସାମିଲ ଅଛନ୍ତି ! ଦାବି ଗୁଡିକ ମଧ୍ୟରେ ବହୁମୁଖୀ ସ୍ୱାସ୍ଥ୍ୟକର୍ମୀ କ୍ୟାଡ଼ର ପୁର୍ନଗଠନ, ଚାକିରୀ କାଳରେ ସର୍ବନିମ୍ନ 4 ଟି ପଦୋନ୍ନତି, ଗ୍ରେଡ଼ ପେ ପ୍ରଦାନ, ତୃଣମୂଳ ସ୍ତରରେ କାର୍ଯ୍ୟରତ ବହୁମୁଖୀ ସ୍ୱାସ୍ଥ୍ୟକର୍ମୀଙ୍କ ଚାକିରୀ କାର୍ଯ୍ୟକାଳକୁ ମୂଳ ଚାକିରୀରେ ଗଣନା କରିବା, ପୋଷାକ ଭତ୍ତା ଆକାରରେ ବାର୍ଷିକ 5 ହଜାର ଟଙ୍କା ପ୍ରଦାନ କରିବା, ପଦବୀର ନାମ ପରିବର୍ତ୍ତନ କରିବା ଆଦି ଦାବି ରହିଛି ! ମହାସଂଘର ଦାବି ଗୁଡିକୁ ରାଜ୍ୟ ସରକାର ପୂରଣ କରିବାରେ ବିଳମ୍ବ କରୁଛନ୍ତି ! ଏହାର ପ୍ରତିବାଦରେ ମହାସଂଘର ନିଷ୍ପତ୍ତି କ୍ରମେ ବହୁମୁଖୀ ସ୍ୱାସ୍ଥ୍ୟ କର୍ମୀ ଓ ସ୍ୱାସ୍ଥ୍ୟ ପରିଦର୍ଶିକା ମାନେ କଳା ବ୍ୟାଚ ପରିଧାନ କରିଛନ୍ତି ! ଆସନ୍ତା 14 ରୁ ଅସହଯୋଗ ଓ 21 ରୁ ପାରଳାଖେମୁଣ୍ଡି ଜିଲ୍ଲା ସ୍ତରୀୟ ମୁଖ୍ୟ ଡାକ୍ତରଖାନା ଆଗରେ ଧାରଣା ଦିଆଯିବ ବୋଲି ଅନୁସୂୟା ପଣ୍ଡା, କାଞ୍ଚନ ପାଣ୍ଡି, ଲିଳିତ କୁମାର ମହାନ୍ତି, ଜି. ରତିଦେଓ, ବେବି ରାଧାରାଣୀ ଜେନା, ଶାନ୍ତି କୁମାରୀ ଜେନା, ପଦ୍ମୟୀ , ସୁଜାତା ପାଢ଼ି, ରଶ୍ମିତା ପଟ୍ଟନାୟକ, ଅଞ୍ଜଳି ବାରିକ ପ୍ରମୁଖ ସୂଚନା ଦେଇଛନ୍ତି !
୫ ଦଫା ଦାବି ନେଇ ସ୍ୱାସ୍ଥ୍ୟକର୍ମୀ ଓ ସ୍ୱାସ୍ଥ୍ୟ ପରିଦର୍ଶକଙ୍କ କଳାବ୍ୟାଚ ପରିଧାନ !!!

