ନୟାଗଡ ( ଆୱାଜ ମିଡ଼ିଆ ) – ମମତା ମହାପାତ୍ର : ଦିନକୁ ଦିନ ସଶକ୍ତ ହେଉଛି ନୟାଗଡ ବିଜେପି ! ରାଣୀ ପ୍ରତ୍ୟୁଷା ରାଜେଶ୍ୱରୀ ସିଂହଙ୍କ ନେତୃତ୍ୱରେ ଆୟୋଜିତ ହୋଇଛି ମିଶ୍ରଣ ପର୍ବ ! ଶତାଧିକ ବ୍ୟକ୍ତି ବିଜେଡି ଛାଡି ବିଜେପିରେ ଯୋଗ ଦେଲେ ! ନୟାଗଡ ବିଜେପି ବଳିଷ୍ଠ ହେଉଛି ! ଏପରି ବୟାନ ଦେଇଛନ୍ତି କିଛି ଆଗଧାଡିର କର୍ମୀ ! 8 ଡିସେମ୍ବର ସନ୍ଧ୍ୟା ରେ ନୟାଗଡ ପୁରୁଣା ରାଜବାଟୀ ଠାରେ ବିଜେପି ନେତ୍ରୀ ତଥା ପୂର୍ବତନ କନ୍ଧମାଳ ସାଂସଦ ରାଣୀ ପ୍ରତ୍ୟୁଷା ରାଜେଶ୍ୱରୀ ସିଂ ଙ୍କ ନେତୃତ୍ୱ ରେ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଏବଂ ନୟାଗଡ ନିର୍ବାଚନ ମଣ୍ଡଳୀ ର ଓଡଗାଁ ପଞ୍ଚାୟତ ସମିତି ର ବିଭିନ୍ନ ଗ୍ରାମ ପଞ୍ଚାୟତ, ନୟାଗଡ ପୌର ପାଳିକା ଏବଂ ଓଡଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦ ର କାର୍ଯ୍ୟକର୍ତ୍ତା ପୁରୁଣା ରାଜବାଟୀ ଠାରେ ଉପସ୍ଥିତ ହୋଇଥିଲେ ! ଆୟୋଜିତ ସଭାରେ ଶତାଧିକ ବିଜେଡି କର୍ମୀ ଭାରତୀୟ ଜନତା ପାଟି ରେ ଯୋଗ ଦେଇଥିବା ବେଳେ ସଂଗଠନ ଉପରେ ବିସ୍ତୃତ ଆଲୋଚନା କରା ଯାଇଥିଲା ! ସଂଗଠନ କୁ ଆହୁରି ସକ୍ରିୟ କରିବା ସହ ନୟାଗଡ କୁ ଭୟମୁକ୍ତ ତଥା ଭ୍ରଷ୍ଟାଚାର ମୂକ୍ତ କରି ଗଢି ତୋଳିବା ନିମନ୍ତେ ରାଣୀ ମା ଆହ୍ୱାନ କରିଥିଲେ ! ଏହି କାର୍ଯ୍ୟକ୍ରମ ରେ ଭାରତୀୟ ଜନତା ପାଟି ର ବରିଷ୍ଠ ନେତୃ ମଣ୍ଡଳୀ ଉପସ୍ଥିତ ରହିଥିଲେ ଓ ସଂଗଠନ ବିଷୟରେ ଆଲୋକ ପାତ କରିଥିଲେ !
ବଢୁଛି ନୟାଗଡ ବିଜେପି ର ଶକ୍ତି : ରାଣୀ ପ୍ରତ୍ୟୁଷା ରାଜେଶ୍ୱରୀ ପାଲଟିଛନ୍ତି ନୂଆ ଭରସା !!!

