ଓଡ଼ିଶା ଉଚ୍ଚ ନ୍ୟାୟାଳୟର ମୁଖ୍ୟ ନ୍ୟାୟାଧିଶ ଙ୍କ ନୟାଗଡ଼ ଗସ୍ତ ଓ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦାନ !!!

Spread the love

ନୟାଗଡ଼ ( ଆୱାଜ ମିଡ଼ିଆ ) – ବିଶ୍ବଭୂଷଣ ମହାପାତ୍ର : ଓଡ଼ିଶା ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ମାନ୍ୟବର ଜଷ୍ଟିସ ଡଃ.ଏସ.ମୁରଲୀଧର, ମାନ୍ୟବର ଜଷ୍ଟିସ , ଡଃ. ବି.ଆର. ଷଡ଼ଙ୍ଗୀ, ଅଧ୍ୟକ୍ଷ ଗୃହ ନିର୍ମାଣ କମିଟି ଓଡ଼ିଶା ଉଚ୍ଚ ନ୍ୟାୟାଳୟ ଏବଂ ଅଧସ୍ଥନ ନ୍ୟାୟାଳୟ, ମାନ୍ୟବର ଜଷ୍ଟିସ ଭି. ନରସିଂହ, ଓଡ଼ିଶା ଉଚ୍ଚ ନ୍ୟାୟାଳୟ ଏବଂ ବିଚାର ବିଭାଗୀୟ ପ୍ରଶାସନିକ ନ୍ୟାୟାଧିଶ , ନୟାଗଡ଼ ଜିଲ୍ଲା ଗସ୍ତରେ ଆସି ପ୍ରଥମେ ଭାପୁର ବ୍ଲକରେ ନୂତନ କୋର୍ଟ ଗୃହ, ଅଧିକାରୀ ମାନଙ୍କ ବାସଭବନ , ଟ୍ରାନଜିଟ୍ ହାଉସର ଶୁଭ ଉଦ୍‌ଘାଟନ କରିଥିଲେ । ପରେ ପରେ ଏକ ସାଧାରଣ ସଭାରେ କର୍ମଚାରୀ, ଅଧିବକ୍ତା ଓ ଜନସାଧାରଣଙ୍କୁ ଉଦ୍‌ବୋଧନ ଦେଇଥିଲେ । ଏହାପରେ ପ୍ରଭୁ ନୀଳମାଧବଙ୍କୁ ଦର୍ଶନ ସାରି ଗଣିଆ ଠାରେ ନୂତନ କୋର୍ଟ ଗୃହ ପାଇଁ ଶିଳାନ୍ୟାସ କରିଥିଲେ । ଅପରାହ୍ନ ୧ ଘଟିକା ସମୟରେ ଦଶପଲ୍ଲା ପହଁଚି ସେଠାରେ ବାର ଆସୋସିଏସନ ତଥା କ୍ୟାଣ୍ଟିନ ଗୃହ ଏବଂ ଟ୍ରନଜିଟ୍ ଗୃହର ଶିଳାନ୍ୟାସ କରି ଏକ ସାଧାରଣ ସଭାରେ ଦଶପଲ୍ଲା ବାସୀ, ଅଧିବକ୍ତା ଏବଂ ବିଚାର ବିଭାଗୀୟ ଅଧିକାରୀ ମାନଙ୍କ ଉଦ୍ଦେଶ୍ୟରେ ଉଦ୍‌ବୋଧନ ପ୍ରଦାନ କରିଥିଲେ । ଅପରାହ୍ନ ୩ ଘଟିକା ସମୟରେ ନୟାଗଡ଼ ପହଁଚି ବିଚାର ବିଭାଗୀୟ କର୍ମଚାରୀ ମାନଙ୍କ ନିମନ୍ତେ ନିର୍ମିତ ନୂତନ ବାସଗୃହର ଶୁଭ ଉଦ୍‌ଘାଟନ କରିଥିଲେ । ଏହା ପରେ ଜିଲ୍ଲା ଜଜ୍ କୋର୍ଟ ପରିସରରେ ବାର ଆସୋସିଏସନ ତଥା ଆମେନିଟି କେନ୍ଦ୍ର, ଟ୍ରାନଜିଟ୍ ଗୃହ ଏବଂ ରେକର୍ଡ ରୁମ ତଥା ମାଲଖାନା ଗୃହର ଶିଳାନ୍ୟାସ ପରେ ଏକ ସାଧାରଣ ସଭାରେ ମାନ୍ୟବର ବିଚାରପତି ମାନେ ବକ୍ତବ୍ୟ ପ୍ରଦାନ କରିଥିଲେ । ପ୍ରତ୍ୟେକ ସାଧାରଣ ସଭାରେ ସ୍ଥାନୀୟ ବାର ଆସୋସିଏସନର ସଭାପତି ମାନେ ସଭାପତିତ୍ବ କରିଥିଲେ ।

Leave a Reply

Your email address will not be published. Required fields are marked *