ନିଶ୍ଚିନ୍ତକୋଇଲି ( ଆୱାଜ ମିଡ଼ିଆ ) – ଡମ୍ବରୁଧର ବେହେରା : ବିଳମ୍ବିତ ରାତିରେ କଟକ ଜିଲ୍ଲା ନେମାଳ ଥାନା ଅନ୍ତର୍ଗତ କଳମଶ୍ରୀ ପଞ୍ଚାୟତ ଲେଣ୍ଡୁରା ଭଗବାନପୁର ଗ୍ରାମ ର ହୃଷିକେଶ ମୁଦୁଲି ଙ୍କ କବାଟ କୁ ଦୁବୃର୍ତ୍ତ ମାନେ ବାଡେଇବାରୁ କବାଟ ଟିକୁ ଖୋଲି ଦେଇଥିଲେ ହୃଷିକେଶ । ଯାହା ଫଳରେ ଦୁବୃର୍ତ୍ତ ମାନେ ଘରେ ପଶି ଡକାୟତ କରିବାକୁ ଉଦ୍ୟମ କରିଥିଲେ । ଦୁବୃର୍ତ୍ତ ମାନଙ୍କୁ ହୃଷିକେଶ ମୁଦୁଲି ତାଙ୍କ ପତ୍ନୀ ଏବଂ ନାତି ପ୍ରତିରୋଧ କରିବାରୁ ସ୍ଵାମୀ ଓ ସ୍ତ୍ରୀ ଙ୍କ ଉପରେ ଦୁବୃର୍ତ୍ତ ମାନେ ମାରଣାସ୍ତ୍ର ସହାଯ୍ୟରେ ଆକ୍ରମଣ କରିବା ସହିତ ପାଖରେ ଥିବା ନାତି କୁ ଗୋଟିଏ ଘରେ ପୁରାଇ କବାଟ ଦେଇ ଦେଇଥିଲେ ।

ଦୁବୃର୍ତ୍ତ ଙ୍କ ଆକ୍ରମଣ ରେ ସ୍ଵାମୀ ହୃଷିକେଶ ମୁଦୁଲି ଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇ ଯାଇଥିଲା ବେଳେ ସ୍ତ୍ରୀ ଗୁରୁତର ହୋଇ ପଡ଼ିଥିଲେ । ସ୍ତ୍ରୀ ଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ଡକାୟତ ମାନେ ଘରୁ ସବୁ ଅଳଙ୍କାର ଚୋରି କରି ନେଇ ଯାଇଥିବା ଅଭିଯୋଗ ହୋଇଛି । ଖବର ପାଇ ଘଟଣା ସ୍ଥଳରେ ନେମାଳ ପୋଲିସ, ସାଲେପୁର ଏସଡ଼ିପିଓ , ସାଣ୍ଟିଫିକ ଟିମ୍, ଡଗ୍ ସ୍କୁର୍ଡ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଏଭଳି ଅଭାବନୀୟ ଘଟଣା ଘଟିଥିବା ରୁ ସ୍ଥାନୀୟ ଅଞ୍ଚଳର ଭୟ ର ବାତାବରଣ ସୃଷ୍ଟି ହୋଇଛି ।

