ରୁକ୍ମିଣୀ ମହାନ୍ତି ଙ୍କ ଏକାଦଶାହ କାର୍ଯ୍ୟ ରେ ଯୋଗଦେଲେ ଅନ୍ତର୍ଜାତୀୟ ଖେଳାଳୀ !!!

Spread the love

ଅନୁଗୋଳ ( ଆୱାଜ ମିଡ଼ିଆ ) – ଟଙ୍କଧର ଗଡ଼ନାୟକ : ଅନୁଗୋଳ ଜିଲ୍ଲା କଣିହାଁ ବ୍ଲକ ର ବାରୁଆଁ ଗ୍ରାମର ପ୍ରିୟରଞ୍ଜନ ମହାନ୍ତି ଙ୍କ ମା ରୁକ୍ମିଣୀ ମହାନ୍ତି ଙ୍କ ଏକାଦଶାହ କାର୍ଯ୍ୟକ୍ରମ ରେ ଅନ୍ତର୍ଜାତୀୟ ପାରା ବ୍ୟାଡ଼ମୀଣ୍ଟନ ଖେଳାଳି, ତଥା 2020ରେ ପାରା ଅଲମ୍ପିକ ର ସ୍ବର୍ଣ୍ଣ ପଦକ ବିଜେତା ପ୍ରମୋଦ ଭଗତ ଯୋଗ ଦେଇ ଶ୍ରୀମତୀ ମହାନ୍ତି ଙ୍କ ଫଟୋ ରେ ପୁଷ୍ପମାଲ୍ୟ ଦେବା ସହ ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣେଇଥିଲେ ! ଶ୍ରୀମତୀ ମହାନ୍ତି ଙ୍କ ନାତି ଅଜିତ ମହାନ୍ତି ମଧ୍ୟ ଜଣେ ଜାତୀୟ ସ୍ତରରେ ବ୍ୟାଡ଼ମୀଣ୍ଟନ ଖେଳାଳୀ ! ଅଜିତ ମହାନ୍ତି ଏବଂ ପ୍ରମୋଦ ଭଗତ ଉଭୟ ଦୁଇ ବନ୍ଧୁ ! ବିପଦ ସମୟରେ ଛିଡା ହେଉଥିବା ବନ୍ଧୁ ହିଁ ପ୍ରକୃତ ବନ୍ଧୁ ବୋଲି ମତ ବ୍ୟକ୍ତ କରିଛନ୍ତି ଏହି ମହାନ ଖେଳାଳୀ ! ପରିବାର ତରଫରୁ ଭବ୍ୟ ସମ୍ବର୍ଦ୍ଧନା କରାଯାଇଥିଲା ! ପରିଶେଷରେ ବାରୁଆଁ ସ୍ଥିତ ଶିବ ମନ୍ଦିର ପରିଦର୍ଶନ କରିଥିଲେ !

Leave a Reply

Your email address will not be published. Required fields are marked *