ଗୋରୁ ବୋଝେଇ କଣ୍ଟେନର କୁ ଅଟକାଇଲେ ବଜରଙ୍ଗ ଦଳ କର୍ମୀ !!!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ଶୁଭମ ଓଝା : କଳିଙ୍ଗନଗର ଜିନ୍ଦଲ କାରଖାନା ନିକଟରେ ବଜରଙ୍ଗ ଦଳ ପକ୍ଷରୁ ଏକ ଗୋରୁ ବୋଝେଇ କଣ୍ଟେନର ଅଟକ । କଣ୍ଟେନର ଭିତରେ ପାଖାପାଖି 200 ରୁ ଉର୍ଦ୍ଧ୍ ଗୋରୁ ଥିବା ସୂଚନା । ଆଜି ସାନ୍ଧ୍ୟ ସମୟରେ ବଜରଙ୍ଗ ଦଳ ସଦସ୍ୟ , ବିଶେଷ ସୂତ୍ର ରୁ ଖବର ପାଇ ଜିନ୍ଦଲ କାରଖାନା ନିକଟରେ ଯାଉଥିବା ଏକ ଗୋରୁ ବୋଝେଇ କଣ୍ଟେନର କୁ ଅଟକାଇ ଥିଲେ । ସନ୍ଦେହରେ ଡ୍ରାଇଭର କୁ ପଚରା ଉଚୁରା ପରେ କଣ୍ଟେନର ଭିତରେ ଗୋରୁ ବୋଝେଇ ହୋଇଥିବା ଦେଖିବାକୁ ପାଇଥିଲେ । କଣ୍ଟେନର ରେ ପାଖାପାଖି 200 ରୁ ଅଧିକ ଗୋରୁ ଥିବା ସନ୍ଦେହ ଜଣାଯାଇଛି । ଘଟଣା ସ୍ଥଳରେ ପୋଲିସ ପହଂଚି ଘଟଣା ର ତଦନ୍ତ ଆରମ୍ଭ କରିଛି । ପ୍ରାପ୍ତ ସୂଚନା ଅନୁଯାୟୀ ତିନି ଗୋରୁ ମୃତ୍ୟୁ ବରଣ କରିଥିବା ସମୟରେ , ଶତାଧିକ ଉଦ୍ଧାର ହୋଇଛନ୍ତି !

 

Leave a Reply

Your email address will not be published. Required fields are marked *