ବିଦ୍ୟାଳୟ ନୂତନ ଗୃହ ର ଶୁଭ ଉଦଘାଟନ କଲେ ମନ୍ତ୍ରୀ ପ୍ରିତୀରଞ୍ଜନ !!!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ନିମପଲ୍ଲୀ ସରକାରୀ ଉଚ୍ଚ ବିଦ୍ୟାଳୟର ନୂତନ ଗୃହର ଶୁଭ ଉଦଘାଟନ ଓ ନୂତନ ପ୍ରକଳ୍ପ ପାଇଁ ଶିଳାନ୍ୟାସ କଲେ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ପ୍ରିତିରଞ୍ଜନ ଘଡ଼ାଇ । ସୁକିନ୍ଦା ବ୍ଲକ ଅନ୍ତର୍ଗତ ପିଙ୍ଗଲ ପଞ୍ଚାୟତର ନିମପଲ୍ଲି ଗ୍ରାମରେ ଥିବା ଏହି ବିଦ୍ୟାଳୟର ଉନ୍ନତି କରଣ ପାଇଁ ୫୦ଲକ୍ଷ ଟଙ୍କା ବ୍ୟୟରେ ନୂତନ ଶ୍ରେଣୀଗୃହର ଶିଳାନ୍ୟାସ କରିବା ସହ ନବନିର୍ମିତ ଶ୍ରେଣୀ ଗୃହ ଶୁଭ ଉଦଘାଟନ କରିଥିଲେ ମନ୍ତ୍ରୀ । ଏହି ଅବସରରେ ହାପି ରିଙ୍କୁ ଫାଉଣ୍ଡେସନ ପକ୍ଷରୁ ଏକ ରକ୍ତଦାନ ଶିବିର ଆୟୋଜନ କରାଯାଇ ୩୬ ୟୁନିଟ ରକ୍ତ ସଂଗ୍ରହ କରାଯାଇଛି । ସଂଗଠନ ପକ୍ଷରୁ ହୃଦୟ ରଞ୍ଜନ ବଳ, ଚିତ୍ତରଞ୍ଜନ ମୁଦୁଲି, ବିଜୟ ମୁଦୁଲି, ଅମୂଲ୍ୟ କୁମାର ଭୂୟାଁ, ଶଙ୍କର୍ଷଣ ବଳ, ଗଣେଶ୍ୱର ମୁଦୁଲି , ଧର୍ମେନ୍ଦ୍ର ରାଉତ, ସ୍ବରାଜ ମୁଦୁଲି, ଜ୍ଞାନ ରଞ୍ଜନ ବଳ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ପ୍ରିତିରଞ୍ଜନ ଘଡ଼ାଇ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ବ୍ଲକ ଅଧ୍ୟକ୍ଷ ଦିବ୍ୟରଞ୍ଜନ ବରାଳ, ଉପାଧାକ୍ଷା ଭାଗ୍ୟଲକ୍ଷ୍ମୀ ରାଉତ, ଜିଲ୍ଲା ପରିଷଦ ସଭ୍ୟ ପ୍ରତାପ କେଶରୀ ପଟ୍ଟନାୟକ, ସରପଞ୍ଚ ମାନସୀ ଦଳାଇ, ସମିତି ସଭ୍ୟା ନିରୁପମା ବେହେରା ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ ।

Leave a Reply

Your email address will not be published. Required fields are marked *