ଜାରି ରହିଛି ଚିନ୍ମୟ ଫାଉଣ୍ଡେସନର କରୋନା ସଚେତନତା, କିଟ୍ ଓ ରିଲିଫ ବଣ୍ଟନ କାର୍ଯ୍ୟକ୍ରମ !!!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ମହାମାରୀ କରୋନାର ଭୟ ଲୋକଙ୍କ ଭିତରୁ ଲିଭି ଯାଇଥିଲେ ମଧ୍ୟ ଏହାର ପ୍ରଭାବ ସମ୍ପୂର୍ଣ୍ଣ ଭାବରେ କମି ନାହିଁ । ଗତ ସୋମବାର ର ତଥ୍ୟ ଅନୁସାରେ ୫ଟି କରୋନା ପଜେଟିଭ ବାହାରିଥିବାର ଦେଖିବାକୁ ମିଳିଥିଲା । ଏ ସବୁକୁ ଦୃଷ୍ଟିରେ ରଖି ସଚେତନତା, କରୋନା କିଟ୍ ଓ ରିଲିଫ ବଣ୍ଟନ କାର୍ଯ୍ୟକ୍ରମକୁ ନିରବଛିନ୍ନ ପ୍ରକ୍ରିୟାରେ ଆଜକୁ ୯୯୮ ଦିନ ଧରି ଜାରି ରଖିଛି ଚିନ୍ମୟ ଫାଉଣ୍ଡେସନ । ଏହି ପରିପ୍ରେକ୍ଷିରେ ଯାଜପୁର ଜିଲ୍ଲା ଅନ୍ତର୍ଗତ ବିଂଝାରପୁର ବ୍ଲକର ବିଭିନ୍ନ ସ୍ଥାନରେ ଫାଉଣ୍ଡେସନର ଦିନ ସଂଖ୍ୟା ୯୯୭ ଓ ୯୯୮ ଦୁଇ ଦିନ ଧରି ସଚେତନତା ସହ କରୋନା କିଟ୍ ଓ ରିଲିଫ ବଣ୍ଟନ କରାଯାଉଥିବାର ଦେଖିବାକୁ ମିଳିଥିଲା । ଫାଉଣ୍ଡେସନର ପ୍ରତିଷ୍ଠାତା ଅଧ୍ୟକ୍ଷ ଚିନ୍ମୟ ଦାଶଙ୍କ ନିର୍ଦେଶ କ୍ରମେ ଶ୍ରୀକ୍ଷେତ୍ର ସାହୁ, ରାକେଶ କୁମାର ଜେନା ଏହି କାର୍ଯ୍ୟକ୍ରମକୁ ଜାରି ରଖିଥିଲେ ।

Leave a Reply

Your email address will not be published. Required fields are marked *