ଚିନ୍ମୟ ଫାଉଣ୍ଡେସନର କରୋନା ସଚେତନତା କାର୍ଯ୍ୟକ୍ରମର ୪୦ ତମ ସମୀକ୍ଷା ବୈଠକ !!!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଯାଜପୁର ଜିଲ୍ଲାର ବାବଲପୁରସ୍ଥିତ ଅଗ୍ରଣୀ ସମାଜ କଲ୍ୟାଣକାରୀ ଲୋକ ସଙ୍ଗଠନ ଚିନ୍ମୟ ଫାଉଣ୍ଡେସନ ପକ୍ଷରୁ ଗତ ୨୨ମାର୍ଚ୍ଚ ୨୦୨୦ ମସିହାରୁ ନିରବଛିନ୍ନ ପ୍ରକ୍ରିୟାରେ ଚାଲୁରହିଥିବା ମହାମାରୀ କରୋନା ସଚେତନତା କାର୍ଯ୍ୟକ୍ରମର ଉଦଯାପନୀ ଦଶାହ କର୍ମ ସହ ୪୦ ତମ ସମୀକ୍ଷା ବୈଠକ ଇତିମଧ୍ୟରେ ଅନୁଷ୍ଠିତ ହୋଇଯାଇଅଛି । ଦଶ ଦିନ ଧରି ଚାଲୁ ରହିଥିବା କରୋନାରେ ମୃତକଙ୍କ ଆତ୍ମାର ସଦ୍ଗତି ନିମନ୍ତେ ନୀରବ ପ୍ରାର୍ଥନା, ସାମୁହିକ ଦୀପ ଦାନ, ପିଣ୍ଡ ଦାନ, ତିଳ ତର୍ପଣ, ଗୀତା ଓ ବେଦ ପାଠର ଶନିବାର ଥିଲା ତୃତୀୟ ଦିବସ । ଏହି କାର୍ଯ୍ୟକ୍ରମ ଗତ ୧୫ ଡିସେମ୍ବର ୨୦୨୨ (ଗୁରୁବାର)ରୁ ୨୪ ଡିସେମ୍ବର ୨୦୨୨ (ଶନିବାର) ପର୍ଯ୍ୟନ୍ତ ଚାଲୁ ରହିବ । ଏହି ଅବସରରେ ବିଭିନ୍ନ ପର୍ଯ୍ୟାୟରେ ଆୟୋଜିତ କାର୍ଯ୍ୟକ୍ରମ ଗୁଡିକ ଫାଉଣ୍ଡେସନର ପ୍ରତିଷ୍ଠାତା ଅଧ୍ୟକ୍ଷ ଚିନ୍ମୟ ଦାଶଙ୍କ ତତ୍ୱାବଧାନରେ ଚାଲୁ ରହିଥିବାର ଦେଖିବାକୁ ମିଳିଛି । ଫାଉଣ୍ଡେସନର ସମସ୍ତ ଶାଖା ପକ୍ଷରୁ କରୋନାରେ ମୃତକଙ୍କ ଉଦ୍ଦେଶ୍ୟରେ ଦଶାହ କର୍ମ ସହ, ସମୂହ ଦୀପଦାନ, ନିରବ ପ୍ରାର୍ଥନା, ତିଳ ତର୍ପଣ, ଶାନ୍ତିପାଠ ଆଦି ଚାଲୁ ରହିଛି ।
ପ୍ରତି ୨୫ ଦିନରେ କାର୍ଯ୍ୟକ୍ରମ ଗୁଡିକର ସମୀକ୍ଷା ବୈଠକ ବସୁଥିବାବେଳେ ଏହାର ୪୦ତମ ସମୀକ୍ଷା ବୈଠକ ଗତ ଶୁକ୍ରବାର ଦିନ ଫାଉଣ୍ଡେସନର ପ୍ରତିଷ୍ଠାତା ଅଧ୍ୟକ୍ଷ ଚିନ୍ମୟ ଦାଶଙ୍କ ସଭାପତିତ୍ୱରେ ଡ଼ଲଫିନ ଡ୍ୟାନ୍ସ ସ୍କୁଲ ଆଣ୍ଡ ଗ୍ରୁପ ପରିସରରେ ଅନୁଷ୍ଠିତ ହୋଇଯାଇଅଛି । ଏଥିରେ ସମୀକ୍ଷକ ଭାବରେ ଶ୍ରୀମତୀ ଝାନ୍ସୀ ଜେନା, ସାମ୍ବାଦିକ ନିହାର ରଞ୍ଜନ ସାମଲ, ସମାଜସେବୀ ରବି ନାରାୟଣ ନାୟକ, ଶରତ ଚନ୍ଦ୍ର ସାହାଣୀ ଆଦି ଯୋଗଦାନ କରିଥିଲେ । ଏହି ପରିପ୍ରେକ୍ଷୀରେ କରୋନାରେ ମୃତକଙ୍କ ଆତ୍ମାର ସଦ୍ଗତି ଉଦ୍ଦେଶ୍ୟରେ ନୀରବ ପ୍ରାର୍ଥନା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଶ୍ରୀମତୀ ଗୀତାଞ୍ଜଳି ମିଶ୍ର, ପୂଜାରାଣୀ ନାୟକ, ଉର୍ବଶୀ ନାୟକ, ସସ୍ମିତା ଜେନା, ରଞ୍ଜିତା ବେହେରା, ସୁଧାଂଶୁ ଶେଖର ନାଥ, ସତ୍ୟରଞ୍ଜନ ବେହେରା ଆଦି ସହଯୋଗ କରିଥିଲେ । ଏହି ଅବସରରେ ଫାଉଣ୍ଡେସନ ଦ୍ୱାରା ପରିଚାଳିତ କାର୍ଯ୍ୟକ୍ରମ “ମିଶନ ଅମୃତ ହସ୍ତମ” ମାଧ୍ୟମରେ ରିଲିଫ ବଣ୍ଟନ କାର୍ଯ୍ୟକ୍ରମକୁ ଚିରଦିନ ପାଇଁ ବଜାୟ ରଖିବା ନିମନ୍ତେ ଆଲୋଚନା ଚକ୍ର ଅନୁଷ୍ଠିତ କରାଯାଇଥିଲା ।

କାର୍ଯ୍ୟକ୍ରମର ତୃତୀୟ ଦିନ ଅର୍ଥାତ ଫାଉଣ୍ଡେସନର ନୀରବଛିନ୍ନ ସେବାକାର୍ଯ୍ୟର ୧୦୦୧ ଦିନରେ ଆଲୋଚକ ଭାବରେ ଶିଶୁ ସାହିତ୍ୟିକ ଧୀରେନ୍ଦ୍ର ମଲ୍ଲିକ, ବର୍ଷାରାଣୀ ମାଝୀ, ସତ୍ୟଜିତ ବାରିକ, ତରୁଣ କୁମାର ବାରିକ, ଦୁର୍ଗା ପ୍ରସାଦ ରାଉତ ଆଦି ଯୋଗଦାନକରି ସମାଜସେବା ନିମନ୍ତେ “ମିଶନ ଅମୃତ ହସ୍ତମ”ର ଆବଶ୍ୟକତା ସମ୍ପର୍କରେ ଆଲୋକପାତ କରିଥିଲେ । ଏହାସହ ସମୂହ ଦୀପଦାନ ସହ ମୃତକଙ୍କ ଆତ୍ମାର ସଦ୍ଗତି ନିମନ୍ତେ ନିରବ ପ୍ରାର୍ଥନା ଆଦି କରାଯାଇଥିଲା । ଏହି ଅବସରରେ ବିଭିନ୍ନ ପଥପ୍ରାନ୍ତ କରୋନା ସଚେତନଧର୍ମି ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ଲୋକମାନଙ୍କୁ ସଚେତନ କରାଇଥିବା ସୁଶ୍ରୀ ପୂଜାରାଣୀ ବେହୁରିଆ, ମାମାଲି ମଲ୍ଲିକ, ଭାଗବତ ମଲ୍ଲିକ, ବିଶ୍ୱଜିତ ଦାସଙ୍କ ସମେତ ସମସ୍ତ କଳାକାରଙ୍କୁ ଉପଢୌକନ ପ୍ରଦାନକରି ଫାଉଣ୍ଡେସନ ପକ୍ଷରୁ ସମ୍ମାନିତ କରାଯାଇଥିଲା ।

 

Leave a Reply

Your email address will not be published. Required fields are marked *