କଳାପଥର ( ଆୱାଜ ମିଡିଆ ) – ପ୍ରଶାନ୍ତ କୁମାର କର : ବାଙ୍କୀ ବ୍ଲକ ଅନ୍ତର୍ଗତ ମହାବେରଣା ବିଦ୍ୟାଳୟର ଆଦର୍ଶ ଶିକ୍ଷକ ବାଞ୍ଛାନିଧି ପ୍ରତିହାରୀଙ୍କ ୩୩ ତମ ଶ୍ରାଦ୍ଧ ଦିବସ ପାଳିତ ହୋଇଯାଇଛି । ପ୍ରଧାନଶିକ୍ଷକ ମଧୁସୂଦନ ମହାପାତ୍ରଙ୍କ ତତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ସ୍ୱର୍ଗତ ପ୍ରତିହାରୀ ୧୯୬୭ ମସିହାରେ ବରପୁଟ କେନ୍ଦ୍ର ପ୍ରାଥମିିକ ବିଦ୍ୟାଳୟରୁ ସେବା ନିବୃତ୍ତ ହେବା ପରେ ଦୀର୍ଘ ୨୦ ବର୍ଷ ଧରି ବେସରକାରୀ ପାଠଶାଳା (ଚାହାଳୀ) ନିର୍ମାଣ କରି ଛାତ୍ରଛାତ୍ରୀ ମାନଙ୍କୁ ଯେଉଁ ଶିକ୍ଷା ପ୍ରଦାନ କରିଛନ୍ତି ତାହା ଅବିସ୍ମରଣୀୟ । ଅତିଥି ଜୟପ୍ରକାଶ ମିଶ୍ର, ହରିବନ୍ଧୁ ପଣ୍ଡା ଓ ସି.ଆର.ସି.ସି ପ୍ରଫୁଲ୍ଲ କୁମାର ମହାପାତ୍ର ଗୁରୁଜୀଙ୍କ କର୍ମଠ ଜୀବନ ଓ ଆଦର୍ଶ ବ୍ୟକ୍ତିତ୍ୱର ମହନୀୟତାକୁ ପରିପ୍ରକାଶ କରିଥିଲେ । ମୋ ଗାଁ ଗୃପ ବରପୁଟର ପରିଚାଳକ ତଥା ଶିକ୍ଷକ ବିଜୟ କୁମାର ମହାନ୍ତି ମଞ୍ଚ ପରିଚାଳନା କରିଥିବା ବେଳେ ଶିକ୍ଷୟିତ୍ରୀ ସୁଚିତ୍ରା ମନ୍ତ୍ରୀ ଧନ୍ୟବାଦ ଅର୍ପଣ କରିଥିଲେ । ସୁବାସିନୀ ଦେବୀ , ସଂଜୁଲତା ଦେବୀ, କୃପାସିନ୍ଧୁ ଦାସ, ବିଜୟ କୁମାର ବରାଳ, ମିନତୀ ବେହେରା, ଲିପ୍ସା ପାଣିଗ୍ରାହୀ, ସବିତା ସେଠୀ, ବୁଦ୍ଧେଶ୍ୱର ସ୍ୱାଇଁ, ପ୍ରଣୀତା ପଟ୍ଟନାୟକ, ସୁଶାନ୍ତ ବାରିକ ଓ ଗୋଲାପ ସ୍ୱାଇଁ ପ୍ରମୁଖ କାର୍ଯ୍ୟକ୍ରମରେ ଉପସ୍ଥିତ ରହିଥିଲେ ।