ଖୋଲୁନି ଧାନ ମଣ୍ଡି : ଶାଗ ମାଛ ଦରରେ ଆନ୍ଧ୍ର ବେପାରୀଙ୍କୁ ଧାନ ଦେଉଛି ଚାଷୀ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ : ଗଜପତି ଜିଲ୍ଲାରେ ମୁଖ୍ୟତଃ ତିନୋଟି ବ୍ଳକରେ ଧାନ ଚାଷ ହୋଇଥାଏ ! ଗୋଶାଣୀ ଗୁମ୍ମା ଓ କାଶୀ ନଗରରେ ବର୍ତ୍ତମାନ ଚାଷି ଧାନ ଅମଳ କରି ସାରିଲାଣି କିନ୍ତୁ ଗଜପତି ଜିଲ୍ଲାରେ ଆଜି ପର୍ଯ୍ୟନ୍ତ ମଣ୍ଡି ନ ଖୋଲିବାରୁ ଚଳିତ ବର୍ଷ ଉତ୍ପାଦିତ ଧାନ ଆନ୍ଧ୍ର ବେପାରୀଙ୍କୁ ଶାଗ ମାଛ ଦରରେ ବିକ୍ରି କରୁଥିବାର ଦେଖିବାକୁ ମିଳିଛି । 83 କେଜି କୁ 1150 ଦରରେ ବିକ୍ରି କରି ଦେଉଛନ୍ତି ଚାଷୀ । ଆଗକୁ ପର୍ବ ପର୍ବାଣୀ ଥିବାରୁ ଚାଷି ବାଧ୍ୟ ହୋଇ ଧାନ ବିକ୍ରି କରୁଛନ୍ତି । କ୍ଷୁଦ୍ର ନାମମାତ୍ର ଚାଷି ଓ ଭାଗ ଚାଷି କରଜ କରି ଆଣିଥିବାରୁ ଋଣ ସୁଝିବା ସକାଶେ ମଧ୍ୟ ଧାନ ବିକ୍ରି ମଧ୍ୟ କରୁଛନ୍ତି , ଏପଟେ ଚାଷିର ଧାନ ମଣ୍ଡି କୁ ଯାଇ ପାରିନାହିଁ । ଚଳିତ ମାସ ସୁଦ୍ଧା ମଣ୍ଡି ଖୋଲିବାର ବ୍ୟବସ୍ଥା ରହିଛି । ଚାଷି ସମବାୟ ସମିତି ଦ୍ଵାରା ଧାନ ବିକ୍ରି କରିବା ଆଶାରେ ଅପେକ୍ଷା କରି ବସିଛି । ପଞ୍ଜିକୃତ ଚାଷୀର ଏବେ ପର୍ଯ୍ୟନ୍ତ ମେସେଜ ଆସି ନାହିଁ । ଧାନ କେବେ ବିକ୍ରି କରିବେ ଚିନ୍ତାରେ ରହିଛି ଚାଷୀ । ଗତ ବର୍ଷ ବେରଙ୍ଗୀ ଧାନ କହି ମିଲର ମାନେ 5 ରୁ 10 କେଜି କାଟିଥିବା ବେଳେ ଚଳିତ ବର୍ଷ ଏହାର ପୁନରାବୃତ୍ତି ନ ହେବା ପାଇଁ କୃଷକ ସଙ୍ଗଠନ ପକ୍ଷରୁ ଜଣା ପଡିଛି । ଚଳିତ ବର୍ଷ ଏହିଭଳି କଟନୀ ଛଟନୀ ନା ରେ ଚାଷୀଙ୍କ ଧାନ ନ କାଟିବାକୁ ଚାଷି କୂଳ ଜିଲ୍ଲା ପ୍ରଶାସନ କୁ ଅନୁରୋଧ କରିଛନ୍ତି ।

Leave a Reply

Your email address will not be published. Required fields are marked *