ଅକ୍ଷର ପୁସ୍ତକମେଳାରେ ଶୁଭେନ୍ଦୁ ମହାପାତ୍ରଙ୍କ “ଭିନ୍ନ ଏକ ଦଧୀଚି “ଉନ୍ମୋଚିତ !!!

Spread the love

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଭୁବନେଶ୍ୱର ପ୍ରଦର୍ଶନୀ ପଡିଆ ପରିସରରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡ଼ିଶା ସରକାରଙ୍କ ଚତୁର୍ଥ ବର୍ଷ ଅକ୍ଷର ପୁସ୍ତକ ମେଳା ଅନୁଷ୍ଠିତ ହେବା ସଙ୍ଗେ ସଙ୍ଗେ ମେଳାର ପଞ୍ଚମ ଦିବସରେ ବନଫୁଲ ପ୍ରକାଶନୀ ବହି ଉନ୍ମୋଚନ ଓ ବହି ସମ୍ମାନ ୨୦୨୨ ପ୍ରଦାନ କରାଯାଇଥିଲା । ଏହି ଉତ୍ସବରେ ବିଶିଷ୍ଟ ଗାଳ୍ପିକ ରବି ପଣ୍ଡାଙ୍କ ସଭାପତିତ୍ବ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ଭାରତ ସରକାରଙ୍କର ଶାସ୍ତ୍ରୀୟ ଓଡ଼ିଆ ଉତ୍କର୍ଷ ଅଧ୍ୟୟନ କେନ୍ଦ୍ରର ନିର୍ଦ୍ଦେଶକ ପ୍ରଫେସର ବସନ୍ତ କୁମାର ପଣ୍ଡା , ମୁଖ୍ୟବକ୍ତା ଭାବେ ପୌରୁଷର ସଂପାଦକ ତଥା ବିଶିଷ୍ଟ ଗବେଷକ ଡକ୍ଟର ଅସିତ୍ ମହାନ୍ତି, ସମ୍ମାନୀତ ଅତିଥି ଭାବେ ବିଶିଷ୍ଟ କବି ମମତା ଦାଶ, ଅନ୍ୟତମ ବକ୍ତଭାବେ ବିଶିଷ୍ଟ ପ୍ରାବନ୍ଧିକ ଡକ୍ଟର ବେଣୁଧର ପାଢ଼ୀ ଓ କବି ଶ୍ରିହରୀ ଧଳ ଯୋଗଦେଇ ସାହିତ୍ୟର ବିଭିନ୍ନ ଦିଗ ବିଷୟରେ ମତ ରଖୁଥିଲେ । ଏହି କାର୍ଯ୍ୟକ୍ରମରେ କେତୋଟି ଉପାଦେୟ ପୁସ୍ତକ ଉନ୍ମୋଚନ ହେବା ସଙ୍ଗେ ସଙ୍ଗେ କିଛି ପ୍ରତିଭାବାନ ସାହିତ୍ୟିକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଉତ୍ସବରେ ଶୁଭେନ୍ଦୁ କୁମାର ମହାପାତ୍ରଙ୍କ କଥାଗ୍ରନ୍ଥ ” ଭିନ୍ନ ଏକ ଦଧୀଚି ” ଉନ୍ମୋଚିତ ହୋଇଥିଲା ଓ ଅତିଥି ମାନଙ୍କ ଦ୍ଵାରା ଶ୍ରୀ ମହାପାତ୍ରଙ୍କୁ ମାନପତ୍ର, ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ବନଫୁଲ ସମ୍ମାନରେ ସମ୍ମାନିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ବହୁ ବିଶିଷ୍ଟ ସାହିତ୍ୟିକ ଯୋଗ ଦେଇଥିଲେ । ବନଫୁଲର ପ୍ରବୀଣ ପ୍ରକାଶକ ପବିତ୍ର ବ୍ରହ୍ମପୁତ୍ର ନାୟକ ପ୍ରକାଶକ୍ୟ ଅଭିବ୍ୟକ୍ତି ଦେଇଥିଲାବେଳେ କବୟିତ୍ରୀ ସୁଶ୍ରୀ ଜାହ୍ନବୀ ଚୌଧୁରୀ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ।

Leave a Reply

Your email address will not be published. Required fields are marked *