ନିଶ୍ଚିନ୍ତକୋଇଲି ( ଆୱାଜ ମିଡ଼ିଆ ) – ଡମ୍ବରୁଧର ବେହେରା : ନିଶ୍ଚିନ୍ତକୋଇଲି ଅଞ୍ଚଳରେ ଏବେ ବଢ଼ିବାରେ ଲାଗିଛି , କଳା ପଲସର ର ଆତଙ୍କ ! କେତେବେଳେ କାହା ହାବୁଡ଼ରେ ପଡୁଛି ଏହି କଳା ପଲସର ତାହା କେହି ଜାଣିପାରୁ ନାହାନ୍ତି ! ସାମନାକୁ ଆସିଛି କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଥାନା ରାମଚନ୍ଦ୍ରପୁର ବାରିକ ସାହି ର ଏକ ଘଟଣା | ଗତ କାଲି ଦିନ ଦ୍ୱିପ୍ରହର ରେ ୨ ଜଣ ଦୁର୍ବୁତ୍ତ ଗୋଟିଏ କଳା ପଲସର ରେ ଆସି ଗ୍ରାମ ର ଧରଣୀଧର ବାରିକ ଙ୍କ ଘରେ ପହଂଚିଥିଲେ | ଘରେ ଧରଣୀଧର ନଥିବାର ସୁଯୋଗ ଦେଖି ତାଙ୍କ ବୋହୁ ବବିତା ବାରିକ ଙ୍କୁ ବିଭିନ୍ନ ପ୍ରକାର ର ପ୍ରଲୋଭନ ଦେଖାଇଥିଲେ | ତାଙ୍କର ସୁନା ଅଳଙ୍କାର ସଫା କରି ଦେବାର କଥା କହି ପ୍ରଥମେ ବବିତାଙ୍କର ସମସ୍ତ ଅଳଙ୍କାର ସଫା କରିଥିଲେ | ପରେ ପରେ ବବିତାଙ୍କୁ ଚକମା ଦେଖାଇ ତାଙ୍କୁ ଦୁଇଟି ଗୋଡି ଗୋଟିଏ ଜରିରେ ପୁରାଇ ଦେଇ ଦେଇଥିଲେ ଏବଂ ଫ୍ରିଜ ରେ ରଖିବାକୁ କହି କିଛି ଧଳା ପାଉଡର ଦେଇ ସମସ୍ତ ଅଳଙ୍କାର କୁ ନେଇ ଚମ୍ପଟ ମାରିଥିଲେ |

ଏହାପରେ ବବିତା ସମସ୍ତ ଘଟଣା ଜାଣି ପାରି ନିଶ୍ଚିନ୍ତକୋଇଲି ଥାନାରେ ଲିଖିତ ଅଭିଯୋଗ କରିଥିଲେ | ଅନ୍ୟ ପକ୍ଷ ରେ ଏହି ଥାନା ଅଞ୍ଚଳ ରେ ଲଗାତାର ଭାବେ କଳା ପଲସର ଗାଡ଼ିରେ ଦିନ ଦ୍ୱିପ୍ରହର ରେ ବିଭିନ୍ନ ପ୍ରକାର ର ଚୋରି, ଡକାୟତି ଭଳି କାଣ୍ଡ ଘଟାଉଥିବା ବେଳେ ଏହାର ପତା ପାଉନି ନିଶ୍ଚିନ୍ତକୋଇଲି ପୁଲିସ | ତେବେ ଏ ସମ୍ପର୍କ ରେ ଆମେ ନିଶ୍ଚିନ୍ତକୋଇଲି ଥାନା ଭାରପ୍ରାପ୍ତ ଅଧିକାରିଣୀଙ୍କ ସହ ଆଲୋଚନା କରିଥିଲୁ | ମାତ୍ର ଥାନାରେ ପେଟ୍ରୋଲିଙ୍ଗ ପାଇଁ ଯଥେଷ୍ଟ ଫୋର୍ସ କିମ୍ବା ଗାଡିର ବ୍ୟବସ୍ଥା ନଥିବା କାରଣ ରୁ ଅପରାଧୀ ମାନଙ୍କୁ ରୋକିବା କଷ୍ଟକର ବୋଲି ନିଶ୍ଚିନ୍ତକୋଇଲି ଭାରପ୍ରାପ୍ତ ଅଧିକାରିଣୀ ଚିନ୍ମୟୀ ସାହୁ କହିଛନ୍ତି | ତେବେ ଦେଖିବାକୁ ବାକି ଅଛି ଆଉ କେତେ ଧନ ଜୀବନ ନଷ୍ଟ ହେବା ପରେ ପୁଲିସ ବିଭାଗ ର ଉପରିସ୍ଥ ଅଧିକାରୀଙ୍କର ଚେତା ପଶୁଛି ଏବଂ କେବେ ଧରା ହେଉଛି ଏହି ଆତଙ୍କ ସୃଷ୍ଟିକାରୀ କଳା ପଲସର |

