ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ୩୭ ତମ ବାର୍ଷିକ କ୍ରୀଡ଼ା ଉତ୍ସବ ମହା ସମାରୋହରେ ପାଳିତ ହେଇଯାଇଛି । ଏହି ଦୁଇ ଦିବସୀୟ କ୍ରୀଡ଼ା ଉତ୍ସବର ପ୍ରଥମ ଦିବସରେ ଅନୁଷ୍ଠାନର ଅଧ୍ୟକ୍ଷା ଅମ୍ବିକା ଦେବୀ ଏହାର ଶୁଭାରମ୍ଭ କରିବା ସହ ସମସ୍ତ ପ୍ରତିଯୋଗୀ ମାନଙ୍କୁ ବିଶେଷ ଭାବେ ଉତ୍ସାହିତ କରିଥିଲେ । କାର୍ଯ୍ୟକ୍ରମର ଦ୍ବିତୀୟ ଦିବସରେ ଅନୁଷ୍ଠିତ ହୋଇଥିବା ଉଦଯାପନ ସଭାରେ ଗଜପତି ଜିଲ୍ଲା ପାରଳା ପୌରପାଳିକା ଅଧ୍ୟକ୍ଷା ନିର୍ମଳା ସେଠୀ ମୁଖ୍ୟ ଅତିଥି ଏବଂ ପାରଳାଖେମୁଣ୍ଡି ୧୫ ନଂ ଓ୍ବାର୍ଡ କାଉନସିଲର ସୁଜିତ ତ୍ରିପାଠୀ ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିଲେ । ମୁଖ୍ୟ ଅତିଥି କ୍ରୀଡ଼ା କ୍ଷେତ୍ରରେ ନାରୀଙ୍କ ଅବଦାନ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ ଏବଂ ସମ୍ମାନୀତ ଅତିଥି ଶିକ୍ଷାନୁଷ୍ଠାନର ଅନ୍ୟାନ୍ୟ ବିକାଶମୂଳକ କାର୍ଯ୍ୟ ସମ୍ବନ୍ଧରେ ବିଶେଷ ମତ ପ୍ରଦାନ କରିଥିଲେ । ସଭାର ଆରମ୍ଭରେ ଶିକ୍ଷା ଅନୁଷ୍ଠାନର ଅଧ୍ୟକ୍ଷା ଅମ୍ବିକା ଦେବୀ ଅତିଥି ମାନଙ୍କ ପରିଚୟ ପ୍ରଦାନ ସହ କ୍ରୀଡ଼ାର ଉପଯୋଗୀତା ବିଷୟରେ ଛାତ୍ରୀମାନଙ୍କୁ ଅବଗତ କରାଇଥିଲେ । ଏହି ଦୁଇ ଦିବସୀୟ କ୍ରୀଡ଼ା ପ୍ରତିଯୋଗିତାରେ ପୁଟିଙ୍ଗ ଦ ସଟ୍ , ହାଇ ଜମ୍ପ , ଲଙ୍ଗ ଜମ୍ପ , ରିଲେ ରେସ୍ , ଜାଭେଲିନ୍ ଥ୍ରୋ , ୧୦୦ମି ଏବଂ ୨୦୦ମି ଦୌଡ଼ ଆଦି ସବୁ ମୁଖ୍ୟ ପ୍ରତିଯୋଗିତାରେ ୨୦୦ରୁ ଉର୍ଦ୍ଧ୍ବ ଛାତ୍ରୀ ଅଂଶଗ୍ରହଣ କରିଥିଲେ ଏବଂ ଯୁକ୍ତ ଦୁଇ ୨ୟ ବର୍ଷ କଳା ଛାତ୍ରୀ ପ୍ରିୟଙ୍କା ଜେନା ଚାମ୍ପିଅନ ଘୋଷିତ ହୋଇଥିଲେ । ସଭା ଶେଷରେ ସହ ଉପ-ସଭାପତି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମକୁ କ୍ରୀଡ଼ା ପରିଷଦର ଉପ-ସଭାପତି ଡ. ମହେନ୍ଦ୍ର ରଇତ ଙ୍କ ସହ ଉପ-ସଭାପତି ଡ. ନୃସିଂହ ପାଣିଗ୍ରାହୀ, ଗୁରୁ ରଘୁନାଥ ପାତ୍ର, ସୁଶ୍ରୀ ଡି. ପ୍ରିୟଙ୍କା, କ୍ରୀଡ଼ା ପ୍ରଶିକ୍ଷିକା ବିଜୟଲକ୍ଷ୍ମୀ ପଣ୍ଡା ,ବରିଷ୍ଠ ପ୍ରଧ୍ୟାପିକା ଡ. ମନସ୍ବିନୀ ଦାସ ଏବଂ ଅନ୍ୟାନ୍ୟ ଅଧ୍ୟାପକ ପ୍ରମୁଖ ସହଯୋଗ କରିଥିଲେ ।
ପାରଳାଖେମୁଣ୍ଡି ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୩୭ ତମ ବାର୍ଷିକ କ୍ରୀଡ଼ା ଉତ୍ସବ !!!

