ଆଦର୍ଶ ଶିକ୍ଷୟିତ୍ରୀ ସ୍ବର୍ଗତା ସତ୍ୟଭାମା ସାହୁଙ୍କ ଏକାଦଶାହ ଅବସରରେ ସ୍ମୃତି ସଭା !!!

Spread the love

କଳାପଥର ( ଆୱାଜ ମିଡିଆ ) – ପ୍ରଶାନ୍ତ କୁମାର କର : ଆଦର୍ଶ ଶିକ୍ଷୟିତ୍ରୀ ସ୍ବର୍ଗତା ସତ୍ୟଭାମା ସାହୁଙ୍କ ଏକାଦଶାହ ଅବସରରେ ସ୍ମୃତି ସଭା ଅନୁଷ୍ଠିତ ହୋଇଯାଇଛି । ସଭା ପ୍ରାରମ୍ଭରେ ସ୍ବର୍ଗତା ସତ୍ୟଭାମା ସାହୁଙ୍କ ଫଟୋଚିତ୍ର ରେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଲୋକନାଥ ସାହୁ ପୁଷ୍ପମାଲ୍ଯ ଅର୍ପଣ କରିଥିଲେ । ଏହି ସ୍ମୃତି ଚାରଣ ସଭାରେ ସ୍ଥାନୀୟ ଅଞ୍ଚଳର ବହୁ ଶିକ୍ଷକ ,ଶିକ୍ଷୟିତ୍ରୀ ଏବଂ ବାଙ୍କୀର ପୂର୍ବତନ ବିଧାୟକ ଡଃ ଦେବାଶିଷ ପଟ୍ଟନାୟକ ଓ ବହୁ ମାନ୍ଯଗଣ୍ଯ ବ୍ଯକ୍ତି ଯୋଗଦେଇ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ । ସ୍ମୃତି ଚାରଣ ସମୟରେ ଶୋକାକୁଳ ପରିବେଶରେ ପୁରୀ ପଣ୍ଡିତ ମାନଙ୍କ ଦ୍ବାରା ଦେଦପାଠ ଓ ପୁଷ୍ପାଞ୍ଜଳୀରେ ଭରି ଯାଇଥିଲା ସଭାସ୍ଥଳ । ଉପସ୍ଥିତ ଥିବା ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ ଓ ଜନ ସାଧାରଣଙ୍କ ଆଖି ଛଳଛଳ ହୋଇଥିବା ଦେଖିବାକୁ ମିଳିଥିଲା । କାର୍ଯ୍ୟକ୍ରମକୁ ଆଇନଜୀବି ପ୍ରଦୀପ କୁମାର ପଟ୍ଟନାୟକ ପରିଚାଳନା କରିଥିଲେ । କାର୍ଯ୍ୟକ୍ରମ ଶେଷରେ ବରିଷ୍ଠ କଣ୍ଠଶିଳ୍ପୀ ବସନ୍ତ କୁମାର ପାତ୍ରଙ୍କ ଟିମ ଭଜନ ପରିବେଷଣ କରିଥିଲେ ।

Leave a Reply

Your email address will not be published. Required fields are marked *