ନୟାଗଡ ( ଆୱାଜ ମିଡ଼ିଆ ) – ବିଶ୍ବଭୂଷଣ ମହାପାତ୍ର : ଉଦଘାଟିତ ହୋଇଯାଇଛି ନୟାଗଡ ମହୋତ୍ସବ ! ରାଜ୍ୟ ସରକାରଙ୍କ ଖାଦ୍ୟ ସୁରକ୍ଷା ଓ ଖାଉଟି କଲ୍ୟାଣ ଏବଂ ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଏହାକୁ ଉଦଘାଟନ କରିଛନ୍ତି ! ଏହି ଅବସରରେ ଅନୁଷ୍ଠିତ ସଭାରେ ପୁରୀ ସାଂସଦ ପିନାକୀ ମିଶ୍ର, ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ, ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା, ରଣପୁର ବିଧାୟକ ସତ୍ୟ ନାରାୟଣ ପ୍ରଧାନ, ନୟାଗଡ ଜିଲ୍ଲା ପରିଷଦ ଅଧ୍ୟକ୍ଷ , ନୟାଗଡ ଜିଲ୍ଲାପାଳ ପ୍ରମୂଖ ସମ୍ମାନୀତ ଅତିଥି ରୂପେ ଉପସ୍ଥିତ ରହିଥିଲେ !

କାର୍ଯ୍ୟକ୍ରମ ଅବସରରେ ମୁଖ୍ୟ ଅତିଥି ଶ୍ରୀଯୁକ୍ତ ନାୟକ ତାଙ୍କ ବକ୍ତବ୍ୟରେ ନୟାଗଡ଼ର ବିକାଶ ଦେଖିବା ପାଇଁ ଅନ୍ୟ ଜିଲ୍ଲାରୁ ଲୋକମାନେ ଆସିବା ଆବଶ୍ୟକ ବୋଲି କହିଥିଲେ । ବିଶ୍ବ ସ୍ତରୀୟ ବଲାଙ୍ଗୀ ପାର୍କ ଏବଂ ସହର ସୌନ୍ଦର୍ଯ୍ୟ କରଣ କାର୍ଯ୍ୟକୁ ପ୍ରଶଂସା କରିଥିଲେ ମନ୍ତ୍ରୀ । ୨୨ ବର୍ଷ ମଧ୍ୟରେ ଅନେକ ମହୋତ୍ସବ ଦେଖୁଛି, କିନ୍ତୁ ନୟାଗଡ଼ ମହୋତ୍ସବର ବାସ୍ନା ଟିକେ ଅଲଗା ବୋଲି କହିଥିଲେ । ପୁରୀ ସାଂସଦ ପିନାକୀ ମିଶ୍ର ତାଙ୍କ ବକ୍ତବ୍ୟରେ ନବୀନ ସରକାର ସମୟରେ ଓଡ଼ିଶା ବିକାଶ କଥା କହିବା ସହ ନୟାଗଡ଼ ବିକାଶ ପାଇଁ ବିଧାୟକଙ୍କୁ ପ୍ରଶଂସା କରିଥିଲେ । ସେହିଭଳି ଭାବେ ମହୋତ୍ସବର ପୃଷ୍ଠପୋଷକ ତଥା ନୟାଗଡ଼ ବିଧାୟକ ଡ. ସାହୁ ନୟାଗଡ଼ ଆଉ ପାହାଡ଼ ମଧ୍ୟରେ ସୀମିତ ନାହିଁ , ବରଂ ଏହାର ବିକାଶ ଏବଂ ଉନ୍ନତି ପାହାଡ ଠାରୁ ଉଚ୍ଚରେ ବୋଲି ପ୍ରକାଶ କରିଥିଲେ ! ସାମୁହିକ ପ୍ରଚେଷ୍ଟାରେ ନୟାଗଡ ଉନ୍ନତି ପଥରେ ଥିବାରୁ ସେ ସମସ୍ତ ନୟାଗଡ ବାସୀଙ୍କୁ କୃତଜ୍ଞତା ଜଣାଇଥିଲେ !

