ଚିନ୍ମୟ ଫାଉଣ୍ଡେସନର ୧୦୧୦ ଦିନର କରୋନା ସଚେତନତା ଓ ରିଲିଫ ବଣ୍ଟନ କାର୍ଯ୍ୟକ୍ରମ !!!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଚାଇନାରେ ହୁ – ହୁ ହୋଇ ବଢୁଥିବା ମହାମାରୀ କରୋନାର ପ୍ରଭାବକୁ ରୋକିବା ନିମନ୍ତେ ବହୁ ମାତ୍ରାରେ ସଚେତନତାର ଆବଶ୍ୟକତା ରହିଛି । ଏହାର ପ୍ରଭାବ ପୁନର୍ବାର ଭାରତ ଉପରେ ନପଡ଼ୁ ଏଥି ନିମନ୍ତେ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦିଆ ଯାଉଛି । ଏହି ପରିପ୍ରେକ୍ଷୀରେ ଗତ ୨୨ ମାର୍ଚ୍ଚ ୨୦୨୦ ମସିହାରୁ ଚିନ୍ମୟ ଫାଉଣ୍ଡେସନ ପକ୍ଷରୁ ନିରବଛିନ୍ନ ପ୍ରକ୍ରିୟାରେ ଆରମ୍ଭ ହୋଇଥିବା ମହାମାରୀ କରୋନା ସଚେତନତା, କିଟ ବଣ୍ଟନ ସହ ଗରିବ, ଅସହାୟ, ବୁଭୁକ୍ଷୁ, ଦିବ୍ୟାଙ୍ଗ, ପାଗଳୀ/ପାଗଳ, ଅନାଥ ଆଦିଙ୍କୁ ରିଲିଫ ବଣ୍ଟନ କାର୍ଯ୍ୟକ୍ରମ ଇତିମଧ୍ୟରେ ୧୦୧୦ ଦିନରେ ପହଁଚିଛି l ଫାଉଣ୍ଡେସନର ପ୍ରତିଷ୍ଠାତା ଅଧ୍ୟକ୍ଷ ଚିନ୍ମୟ ଦାଶଙ୍କ ନେତୃତ୍ୱରେ ସଚେତନତା ସଂଯୋଜକ ମାଷ୍ଟର ମିହିର କୁମାର,ଦୀପକ ଯେନା ଆଦି ଯୋଗଦାନ କରି ଫାଉଣ୍ଡେସନର ନିରବଛିନ୍ନ ସଚେତନତା ଓ ସେବାକାର୍ଯ୍ୟର ଦିନସଂଖ୍ୟା ୧୦୦୯ ଓ ୧୦୧୦ ଦୁଇ ଦିନ ଧରି ଯାଜପୁର ଜିଲ୍ଲାର ଦଶରଥ ପୁର, ବିଂଝାରପୁର, ଯାଜପୁର, ରସୁଲପୁର, କୋରେଇ ଆଦି ବ୍ଲକ ମାନଙ୍କରେ ଏହି କାର୍ଯ୍ୟକ୍ରମ ଚାଲୁ ରହିଥିବାର ଦେଖିବାକୁ ମିଳିଛି ।

Leave a Reply

Your email address will not be published. Required fields are marked *