ହେଲ୍ପ ଦି ହ୍ୟୁମାନିଟି ଚାରିଟେବୁଲ୍ ଟ୍ରଷ୍ଟ ପକ୍ଷରୁ ବିଜ୍ଞାନ ମେଳା !!!

Spread the love

କଟକ ( ଆୱାଜ ମିଡ଼ିଆ ) – ଶ୍ରୀକାନ୍ତ ବେଉରା : ଗତ ୨ ବର୍ଷ ଧରି ସାମାଜିକ ସଂଗଠନ ହେଲ୍ପ ଦ ହ୍ୟୁମାନିଟି ଟିମ କଟକ ପକ୍ଷରୁ ବନବିଦ୍ୟାଧରପୁର ବସ୍ତିରେ ଥିବା ପିଲାଙ୍କୁ ପୋଷ୍ୟ ଭାବେ ଗ୍ରହଣ କରି ତାଙ୍କୁ ପ୍ରତିଦିନ ମାଗଣାରେ ପାଠ ପଢେଇବା ସହ ତାଙ୍କର ସ୍ୱାସ୍ଥ୍ୟ ପ୍ରତି ଯତ୍ନ ନିଆଯାଉଛି । ପିଲାଙ୍କ ମଧ୍ୟରେ ଥିବା ପ୍ରତିଭା ଏବଂ ତାଙ୍କ ଜ୍ଞାନ କୌଶଳ ବଢେଇବା ନିମନ୍ତେ ଟ୍ରଷ୍ଟ ପକ୍ଷରୁ ଏକ ବିଜ୍ଞାନମେଳାର ଆୟୋଜନ କରାଯାଇଥିଲା ।

ଏହି ବିଜ୍ଞାନ ମେଳାରେ ୨୦ ରୁ ଉର୍ଦ୍ଧ ଛାତ୍ରୀଛାତ୍ରୀ ଭାଗ ନେଇଥିଲେ ଏବଂ ତା ସହ ଚିତ୍ରାଙ୍କନ, ଝୋଟି, ମାଠିଆ ଉପରେ ଚିତ୍ର ଅଙ୍କିବା, ନାଚ, ଗୀତ, ଭାଷଣ ଇତ୍ୟାଦି ପ୍ରତିଯୋଗିତା ଆୟୋଜନ କରାଯାଇଥିଲା ! ଏହି କାର୍ଯ୍ୟକ୍ରମରେ କଟକ ଅଞ୍ଚଳର ବହୁତ ସାମାଜିକ ସଂଗଠନର କର୍ମକର୍ତ୍ତା ଅତିଥି ରୂପେ ଆସି ପିଲାମାନଙ୍କୁ ଉତ୍ସାହିତ କରିବାସହ ପୁରସ୍କାର ବିତରଣ କରିଥିଲେ ।

Leave a Reply

Your email address will not be published. Required fields are marked *