ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ୟୁ ଟେକ କମ୍ପ୍ୟୁଟର ସେଣ୍ଟର ଠାରେ ଗ୍ରାହକ ପଞ୍ଚାୟତ ଗଜପତି ତରଫରୁ ଜାତୀୟ ଖାଉଟି ଦିବସ ପାଳିତ ହୋଇଯାଇଛି । ଉକ୍ତ ସଚେତନ ସଭାରେ ଏକ ଶହରୁ ଅଧିକ ସଚେତନ ଗ୍ରାହକ ଭାଗ ନେଇଥିଲେ । ଉକ୍ତ ସଭାରେ ମୁଖ୍ୟ ଅତିଥି ଭାବେ ଏଲ.ଆଇ.ସି ର ଶାଖା ପରିଚାଳକ ଦୀପ ନାରାୟଣ ମିତ୍ର , ମୁଖ୍ୟ ବକ୍ତା ଭାବେ ଡକ୍ଟର ଭୁବନେଶ୍ୱର ପଟ୍ଟନାୟକ, ଗ୍ରାହକ ପଞ୍ଚାୟତର ସଭାପତି ହରି ମୋହନ ପଟ୍ଟନାୟକ, ଗ୍ରାହକ ପଞ୍ଚାୟତର ସମ୍ପାଦକ ଡକ୍ଟର ମଧୁସୂଦନ ନାୟକ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ ସଂଗଠନର ସମ୍ପାଦକ ବିଘ୍ନରାଜ ପଣ୍ଡା ! ଉକ୍ତ ସଭାରେ ବ୍ୟାଙ୍କିଙ୍ଗ ଲୋକପାଳ ବୀମା ଲୋକ ପାଳଙ୍କ କାର୍ଯ୍ୟ ଉପରେ ସମୀକ୍ଷା କରାଯାଇଥିଲା । ଏହା ସହ ବୀମା ସପ୍ତାହ, ସାମୁହିକ ବୀମା ଇତ୍ୟାଦି ଉପରେ ଆଲୋକପାତ କରିଥିଲେ । ଏହା ସହ ଏଲ ଆଇ ସି ଓ ଏସ ବି ଆଇ ଦ୍ୱାରା ଚାଳିତ ସାମୁହିକ ବୀମାର ବ୍ୟବସ୍ଥା ଉପରେ ଆଲୋଚନା କରାଗଲ । ଏତଦ ବ୍ୟତୀତ ଫୋନ ମାଧ୍ୟମରେ ଗ୍ରାହକ ମାନଙ୍କୁ ଏ.ଟି.ଏମ୍ ଓ ଗ୍ୟାସ ସମ୍ବନ୍ଧିୟ ଲୋକଙ୍କୁ ହଇରାଣ ହରକତ ବିଷୟ ନେଇ ଆଲୋକପାତ କରାଗଲା । ଉକ୍ତ କାର୍ଯ୍ୟକ୍ରମକୁ ରାମଚନ୍ଦ୍ର ଦାସ, ଲୋକନାଥ ମିଶ୍ର, ଜୟକୃଷ୍ଣ ପଟ୍ଟନାୟକ ପରିଚାଳନା କରିଥିଲେ । ଶେଷରେ ଗ୍ରାହକ ପଞ୍ଚାୟତ ର ସଦସ୍ୟ ପ୍ରସାଦ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।
ଜାତୀୟ ଖାଉଟି ଦିବସ ପାଳିତ !!!

