କଟକ ଜିଲ୍ଲା ସାମ୍ବାଦିକ ୟୁନିୟନ ର କର୍ମକର୍ତ୍ତା ନିର୍ବାଚନ !!!

Spread the love

କଟକ ( ଆୱାଜ ମିଡ଼ିଆ ) – ଅମ୍ରିତା ପଟ୍ଟନାୟକ : ଓଡିଶା ସାମ୍ବାଦିକ ୟୁନିୟନ (OUJ ) ସହିତ ଅନୁବନ୍ଧିତ କଟକ ଜିଲ୍ଲା ସାମ୍ବାଦିକ ୟୁନିୟନ ( CDUJ ) ର ସାଧାରଣ ପରିଷଦ ବୈଠକ ଏବଂ କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି ! କଟକ ସଂଗଠନର ସମସ୍ତ କାର୍ଯ୍ୟ ସୂଚାରୁ ରୂପେ ଚାଲୁଥିବାରୁ , ଉପସ୍ଥିତ ସଦସ୍ୟ ମାନଙ୍କର ପ୍ରସ୍ତାବ କ୍ରମେ କ୍ରିୟାଶୀଳ କମିଟିକୁ ପୁନଃ ଅବସ୍ଥାପିତ କରାଯାଇଛି ! ସଭାପତି ଭାବରେ ପ୍ରଫୁଲ୍ଲ କୁମାର ମହାନ୍ତି , ସାଧାରଣ ସମ୍ପାଦକ ରୂପେ ଅଜୟ ଦାସ , ଉପସଭାପତି ଭାବରେ ପ୍ରଫୁଲ୍ଲ ମିଶ୍ର ଏବଂ ବିଭୁତି ଭୂଷଣ ଦାଶ , ସମ୍ପାଦକ ଭାବରେ ପ୍ରଦୀପ ପରିଜା ଏବଂ ପୂର୍ଣ୍ଣଚନ୍ଦ୍ର ସାହୁ , କୋଷାଧ୍ୟକ୍ଷ ରୂପେ ଜଗନ୍ନାଥ ରାଉତ ମନୋନୀତ ହୋଇଛନ୍ତି ! କଟକ ସର୍କିଟ ହାଉସ ଠାରେ ଅନୁଷ୍ଠାନର ସଭାପତି ପ୍ରଫୁଲ୍ଲ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ଓୟୁଜେ ରାଜ୍ୟ ସଭାପତି ତଥା ବରିଷ୍ଠ ସାମ୍ବାଦିକ ପ୍ରସନ୍ନ ମହାନ୍ତି , କଟକ ଜିଲ୍ଲା ସୂଚନା ଲୋକ ସମ୍ପର୍କ ଅଧିକାରୀ ଲଲାଟେନ୍ଦୁ ମହାପାତ୍ର ସ୍ୱତନ୍ତ୍ର ଅତିଥି ଭାବରେ ଉପସ୍ଥିତ ରହିଥିଲେ !

ଜିଲ୍ଲା ୟୁନିୟନ ର କାର୍ଯ୍ୟକାରୀ କମିଟିର ସଦସ୍ୟ ଭାବରେ ପ୍ରଜ୍ଞା ପାରମିତା ଆଚାର୍ଯ୍ୟ , ସତ୍ୟବ୍ରତ ଦାଶ , ଆଶୁତୋଷ ଦାସ , ମନୋଜ ନାୟକ , ବିଭୁତି ଜେନା , ରାଧାମାଧବ ଦାସ ମନୋନୀତ ହୋଇଛନ୍ତି ! ଓୟୁଜେ ର ବିଭିନ୍ନ ଜିଲ୍ଲା ସଂଗଠନ ମଧ୍ୟରେ କଟକ ଜିଲ୍ଲା ର ଦକ୍ଷତା ନିଆରା ବୋଲି ରାଜ୍ୟ ସଭାପତି ମତବ୍ୟକ୍ତ କରିଥିବା ସମୟରେ , ଡିଆଇପିଆରଓ ଶ୍ରୀଯୁକ୍ତ ମହାପାତ୍ର ସାମ୍ବାଦିକ ମାନଙ୍କୁ ପ୍ରଦାନ କରାଯାଉଥିବା ବିଭିନ୍ନ ସୁବିଧା ସୁଯୋଗ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ ! ଆୟୋଜିତ କାର୍ଯ୍ୟକ୍ରମରେ ବରିଷ୍ଠ ସାମ୍ବାଦିକ ଗୌତମ ପଣ୍ଡା , ବିଭୁତି ସାହୁ , ଧୃବ ବେହେରା , କୈଳାସ ଜେନା , ବିପିନ ବିହାରୀ ରାଉତ , ଦିଲ୍ଲୀପ ପତି , କାହ୍ନୁ ବେହେରା , ପ୍ରିୟବ୍ରତ ପଟ୍ଟନାୟକ , ପ୍ରଶାନ୍ତ କର ପ୍ରମୂଖ ଉପସ୍ଥିତ ରହିଥିଲେ !

 

Leave a Reply

Your email address will not be published. Required fields are marked *