ନବମ ରାଜ୍ୟସ୍ତରୀୟ ନାଟକ ମହୋତ୍ସବ ଉଦଘାଟିତ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ନବମ ରାଜ୍ୟସ୍ତରୀୟ ନାଟକ ମହୋତ୍ସବ ଉଦଘାଟିତ ! ପ୍ରଥମ ରଜନୀ ରେ ବେଲପାହାଡ ର ସମ୍ବଲପୁରୀ ନାଟକ ମନ ମୋହିଲା ! ପାରଳାଖେମୁଣ୍ଡି ର ଅଗ୍ରଣୀ ନାଟ୍ୟ ସଂଗଠନ କ୍ରିଏଟିଭ ଆର୍ଟସ ଦ୍ବାରା ସ୍ଥାନୀୟ ଅର୍ବାନ ବ୍ୟାଙ୍କ ପଡିଆ ଠାରେ ନବମ ରାଜ୍ୟସ୍ତରୀୟ ନାଟକ ମହୋତ୍ସବ ଉଦଘାଟିତ ହୋଇଯାଇଛି, ଉଦଘାଟନୀ ସମାରୋହରେ ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା, ପାରଳାଖେମୁଣ୍ଡି ବିଧାୟକ କେ.ନାରାୟଣ ରାଓ, ଗୁଣୁପୁର ବିଧାୟକ ରଘୁନାଥ ଗମାଙ୍ଗ ଅତିଥି ଭାବରେ ମଞ୍ଚାସୀନ ଥିଲେ, ସୀମାନ୍ତ ଅଞ୍ଚଳରେ ଦୀର୍ଘ ବର୍ଷ ହେଲା ଅସ୍ତୟୀ ମଂଚ ନିର୍ମାଣ କରି ନାଟକ ପରମ୍ପରା ବଜାୟ ରଖିବା ପାଇଁ ଅତିଥି ମାନେ ପ୍ରଶଂସା କରିଥିଲେ, ଆୟୋଜକ ମାନଙ୍କ ପକ୍ଷରୁ ସ୍ଥାୟୀ ରଙ୍ଗମଞ୍ଚ ଓ ସଂସ୍କୃତି ଭବନ ନିର୍ମାଣ ନିମନ୍ତେ ଦାବୀ ଉଠିଥିଲା, ଅନୁଷ୍ଠାନର ଉପସଭାପତି ଏମ. ପୃଥିବୀରାଜସଭା କୁ ସଭାପତିତ୍ବ କରିଥିବା ବେଳେ ସଂପାଦକ ମନୋଜ ପାଢ଼ୀ ସ୍ୱାଗତ ଭାଷଣ ଦେଇଥିଲେ ଯୁଗ୍ମ ସଂପାଦକ ଆଦର୍ଶ ଦାସ ଧନ୍ୟବାଦ ଅର୍ପଣ କରିଥିଲେ, ଏହି ଅବସରରେ ସ୍ବର୍ଗତ ପ୍ରବୀଣ ପଣ୍ଡା ଙ୍କ ସ୍ମୁତିରେ ପାରଳା ନାଟ୍ୟ ସମ୍ମାନ ରେ ଓଡ଼ିଶାର ବିଶିଷ୍ଟ ନାଟ୍ୟକର୍ମୀ ଅଶୋକ କର ଙ୍କୁ ସମ୍ମାନିତ କରାଯାଇଥିଲା, ଦ୍ୱିତୀୟ ପର୍ଯ୍ୟାୟ ରେ ବେଲପାହାଡ ମିରର ଥିଏଟର ଅନୁଷ୍ଠାନ ର କଳାକାର ମାନେ ମା ପୁଅ ର ସ୍ନେହ ଭରା କାହାଣୀ କୁ ପରିବେଷଣ କରିଥିଲେ ନାଟକ ” ଦୂର୍ ଆକାଶେ”, ଦୀର୍ଘ ଦୁଇ ବର୍ଷ ପରେ ଏହି ନାଟକ ମହୋତ୍ସବ ଆୟୋଜିତ ହେଇଥିବା ରୁ ଏହି ସମ୍ବଲପୁରୀ ନାଟକ ଦର୍ଷକଙ୍କୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ମଂଚ ସମ୍ମୁଖରେ ବାନ୍ଧି ରଖିବା ସହ ମନ ଜିଣିଥିଲା ।

Leave a Reply

Your email address will not be published. Required fields are marked *