ନୂଆବର୍ଷ ଅବସରରେ ତାଳବସ୍ତରେ କାଳୀଚରଣ ସଂଗୀତ ବିଦ୍ୟାଳୟର ଶୁଭ ଉଦଘାଟନ !!!

Spread the love

ଡମପଡା ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : ଡମପଡା ବ୍କକ ଅନ୍ତର୍ଗତ ତାଳବସ୍ତ ଗ୍ରାମ ପଞ୍ଚାୟତର ବିଦ୍ୟାଧରପୁର ଗ୍ରାମରେ ଇଂରାଜୀ ନବବର୍ଷର ପ୍ରଥମ ଦିବସରେ କାଳୀଚରଣ ସଂଗୀତ ବିଦ୍ୟାଳୟର ଶୁଭ ଉଦଘାଟନ ହୋଇଯାଇଛି । ବିଦ୍ୟାଳୟର ପ୍ରାରଂଭିକ ଅସ୍ଥାୟୀ ପଢାଘର ଏବଂ କାର୍ଯ୍ୟାଳୟକୁ ତାଳବସ୍ତ ସରପଂଚ ଜ୍ୟୋତିର୍ମୟୀ ସାହୁ ମୂଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ । ବିଦ୍ୟାଳୟର ପ୍ରତିଷ୍ଠାତା ସଂପାଦକ ଯୁବକବି ଦିବ୍ୟଜ୍ୟୋତି ପ୍ରସାଦ ଅନୁଷ୍ଠାନର ଆଭିମୁଖ୍ୟ ସଂପର୍କରେ ସ୍ବାଗତ ଭାଷଣ ରଖିଥିଲେ । ସଂଗୀତ ବିଦ୍ୟାଳୟର ସଭାପତି ତଥା ଆଧ୍ୟାତ୍ମିକ ଗୁରୁ କୁମାର ଅମୀୟ ଆବାହନ ସଂଗୀତ ଗାୟନ କରି ନୂଆ କରି ନାମ ଲେଖେଇଥିବା ଛାତ୍ରଛାତ୍ରୀ ଏବଂ ଅଭିଭାବକ ମାନଙ୍କୁ ସ୍ବାଗତ କରି ସଂବର୍ଦ୍ଧିତ କରିଥିଲେ । ଶିକ୍ଷାବିତ୍ ମନୋଜ ରାଉତଂକ ସଭାପତିତ୍ବରେ ଆୟୋଜିତ ସାଧାରଣ ସଭାରେ ପ୍ରାଧ୍ୟାପକ ମନୋଜ କୁମାର ମହାପାତ୍ର, କବି ବଂଶୀଧର ମହାପାତ୍ର, ସାମାଜିକ କର୍ମି ଅକ୍ଷୟ କୁମାର ସାମଲ, ନାଟ୍ୟ ନିର୍ଦ୍ଦେଶକ ପ୍ରକାଶ ଚଂଦ୍ର ପ୍ରଧାନ , ପ୍ରଧାନଶିକ୍ଷକ ପ୍ରହଲ୍ଲାଦ ସାହୁ , ଅବସରପ୍ରାପ୍ତ ଶିକ୍ଷକ ବିଶ୍ବମ୍ବର ପାଲ ଅନୁଷ୍ଠାନର ସଫଳତା ପାଇଁ ଶୁଭକାମନା କରିଥିଲେ । ପ୍ରଥମଥର ପାଇଁ ଏହି ଅଂଚଳରେ ଏପରି ବିଦ୍ୟାଳୟ ଖୋଲା ଯାଇଥିବାରୁ ବହୁ କଳାପ୍ରେମୀ ବିଦ୍ୟାଳୟ କର୍ମକର୍ତ୍ତାଂକୁ ପ୍ରଂଶସା କରିଛନ୍ତି ।ଛୋଟ ଛୋଟ ପିଲାମାନଂକୁ ପ୍ରଥମ ପର୍ଯ୍ୟାୟରେ ଛୁଟି ଦିବସ ମାନଂକରେ ଯୋଗ ,ନୈତିକ ଶିକ୍ଷା ସହିତ ନୃତ୍ୟ ,ସଂଗୀତ ଓ ବାଦ୍ୟଯନ୍ତ୍ର ଶିକ୍ଷାଦାନ କରାଯିବ ବୋଲି ସହ ସଂପାଦକ ଦିଲୁ ପାଲ ଜଣାଇଛନ୍ତି । ସମସ୍ତ କାର୍ଯ୍ୟକ୍ରମକୁ ବିଦ୍ୟାଧରପୁର ଗ୍ରାମବାସୀ ସହଯୋଗ କରିଥିଲେ । ସରପଂଚଙ୍କ ପ୍ରତିନିଧି ଯୁବ ସମାଜସେବୀ ଆଲୋକ କୁମାର ସାହୁ ବିଦ୍ୟାଳୟର ସ୍ଥାୟୀ ଗୃହ ଯୋଗେଇ ଦେବା ସହିତ ଆଗାମୀ ଦିନରେ ସମସ୍ତ ଉନ୍ନତି ପାଇଁ ସହଯୋଗର ହାତ ରହିବ ବୋଲି ନିଜ ବକ୍ତବ୍ୟରେ କହିଥିଲେ । ଶେଷରେ ରାକେଶ କୁମାର ଧନ୍ୟବାଦ୍ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *