ନୟାଗଡ଼ ଜିଲ୍ଲାରେ ଚଳିତ ଖରିଫ ଧାନକିଣାରେ ମାତ୍ରାଧିକ ବିଳମ୍ବ !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – ବିଶ୍ବଭୂଷଣ ମହାପାତ୍ର : ନୟାଗଡ଼ ଜିଲ୍ଲାରେ ଚଳିତ ଖରିଫ ଧାନକିଣାରେ ମାତ୍ରାଧିକ ବିଳମ୍ବ ହେଉଥିବାରୁ ଚାଷୀକୂଳଙ୍କ ଆଲୋଚନା ପାଇଁ ଜିଲ୍ଲା କଂଗ୍ରେସ ସଭାପତି ଆଇନଜୀବି ରଣଜିତ ଦାଶ ଓଡଗାଁ, ପାଣ୍ଡେରୀପଡା ଏବଂ ଗୋତିସାହି ପ୍ୟାକ୍ସ ଧାନମଣ୍ଡିକୁ ଯାଇ ଗ୍ରାଉଣ୍ଡ ଜିରୋରୁ ପ୍ରକୃତରେ ସୋସାଇଟି ସେକ୍ରେଟାରୀ ମାନେ କାହିଁକି ଧାନ କିଣୁ ନାହାଁନ୍ତି ତାହାର ରହସ୍ୟ ବାହାର କରିଛନ୍ତି । ସୋସାଇଟି ସମ୍ପାଦକ ଏବଂ ମିଲରଙ୍କ ଅସାଧୁ ମେଣ୍ଟ ହୋଇ ଗତବର୍ଷ ଭଳି ଏଫଏକ୍ୟୁ ମାନ ପରୀକ୍ଷଣ କରା ନଯାଇ କୁଇଣ୍ଟାଲ ପିଛା ୧୦% କଟଣି କରିବା ପାଇଁ ବାଧ୍ୟ କରୁଛନ୍ତି ନଚେତ ଧାନ ନେବେନାହିଁ, ଏପଟେ ଚାଷୀଙ୍କୁ ମିଳିଥିବା ଟୋକନ ଅବଧି ସରିଗଲେ ଆଉ ଧାନ ନିଆଯିବ ନାହିଁ ବୋଲି ସୋସାଇଟି ସମ୍ପାଦକ ମାନେ ଚାଷୀଙ୍କୁ ଭୟ ଦେଖାଉଛନ୍ତି ! ତେଣୁ ମିଲର ମାନେ ଅଦ୍ୟାବଧି ଚାଷୀଙ୍କୁ ବସ୍ତା ସୁତୁଲି ଦେଇ ନାହାଁନ୍ତି । ଯାହାଫଳରେ ଚାଷୀ ମଣ୍ଡିକୁ ଧାନ ଆଣି ପାରୁ ନାହାଁନ୍ତି ବୋଲି କଂଗ୍ରେସ ପ୍ରତିନିଧି ଦଳ ଅଭିଯୋଗ କରିଛି । ଜିଲ୍ଲପାଳ ଡିସେମ୍ବର ୨୩ରୁ ଜିଲ୍ଲାରେ ଧାନକିଣା ଶୁଭାରମ୍ଭ କରି ସାରିଥିଲେ ମଧ୍ୟ ଏଯାବତ ଧାନକିଣା ଦୁରେଥାଉ ମଣ୍ଡି ପୂଜା ହୋଇପାରି ନାହିଁ ବୋଲି ଶ୍ରୀ ଦାଶ କ୍ଷୋଭର ସହ କହିଛନ୍ତି । ଚାଷୀମାନଙ୍କୁ ଏହିଭଳି ବିଭିନ୍ନ ପ୍ରକାର ହଇରାଣ କରାଯାଇ ସମୟ ଗଡ଼ାଇ ଦେଲେ ଯେମିତି ଶେଷରେ ଚାଷୀ ବାଧ୍ୟ ହେବ ୧୦% କାଟ ପଛେ ଧାନ ନିଅ, ସେହି ସମୟ କୁ ଅପେକ୍ଷା କରିଛନ୍ତି ମିଲର, ସେଥିପାଇଁ ଏହି ନାଟକବାଜି ଚାଲିଛି ବୋଲି କଂଗ୍ରେସ ଆଜି ଜିଲ୍ଲାପାଳଙ୍କୁ ଓଡଗାଁ ସୋସାଇଟି ଠାରେ ଜିଲ୍ଲପାଳ ରବୀନ୍ଦ୍ରନାଥ ସାହୁଙ୍କୁ ଅଭିଯୋଗ କରିଛନ୍ତି । ଓଡଗାଁ ସୋସାଇଟି ସମ୍ପାଦକ ବିନା କଟଣିରେ ଆସନ୍ତା ଶୁକ୍ରବାର ୧000 କୁଇଣ୍ଟାଲ ଧାନ କିଣିବା ପାଇଁ ଓଡଗାଁ ସୋସାଇଟି ସେକ୍ରେଟାରୀଙ୍କୁ ଚାଷୀକୁଳ ଆଗରେ ନିର୍ଦ୍ଦେଶ ଦେଇଛନ୍ତି । ସବୁଠାରୁ ଗୁରୁତ୍ୱପୂର୍ଣ କଥା ହେଉଛି ଏଯାବତ କୌଣସି ମିଲର ନିର୍ଦ୍ଧାରିତ ବସ୍ତା ସୁତୁଲି କୌଣସି ଚାଷୀଙ୍କୁ ଦେଇନାହାନ୍ତି, ଯୋଉଥି ପାଇଁ ଚାଷୀ ମାନେ ମଣ୍ଡିକୁ ଧାନ ଆଣିପାରୁ ନାହାଁନ୍ତି । ଆଜିର ଜିଲ୍ଲା କଂଗ୍ରେସ ପ୍ରତିନିଧି ଦଳରେ ଜିଲ୍ଲା ଯୁବ କଂଗ୍ରେସ କାର୍ଯ୍ୟକାରୀ ସଭାପତି ପ୍ରତୀକ ମହାପାତ୍ର, ଡିସିସି କାର୍ଯ୍ୟକର୍ତା ଆଡ଼ଭୋକେଟ ବିଭୁତି ରାଉତ, ପାଣୁ ଚରଣ ବେହେର, ଓଡଗାଁ ଛାତ୍ର କଂଗ୍ରେସ ସଭାପତି ଦିଲ୍ଲୀପ କୁମାର ବିଶୋଇ ପ୍ରମୁଖ ଥିଲେ । ପ୍ରତ୍ୟେକ ଦିନ ଜିଲ୍ଲାର ବିଭିନ୍ନ ମଣ୍ଡିରେ ଚାଷୀଙ୍କ ହାଲଚାଲ ବୁଝିବା ପାଇଁ କଂଗ୍ରେସ କାର୍ଯ୍ୟକର୍ତ୍ତା ମାନେ ଯିବେ ବୋଲି ଜିଲ୍ଲା ସଭାପତି ଶ୍ରୀ ଦାଶ କହିଛନ୍ତି ।

Leave a Reply

Your email address will not be published. Required fields are marked *