ନୟାଗଡରେ ବିଜେଡି ର ପ୍ରତିଷ୍ଠା ଦିବସ ପାଳିତ !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – ମମତା ମହାପାତ୍ର : ନୟାଗଡ ରେ ପାଳିତ ହୋଇଯାଇଛି ବିଜେଡିର ପ୍ରତିଷ୍ଠା ଦିବସ ସମାରୋହ ! ଏହି ଅବସରରେ ନୟାଗଡ଼ ରେ ଦେଖିବାକୁ ମିଳିଛି ବିଜେଡି ର ବିଶାଳ ମହିଳା ସମାବେଶ ! ନୟାଗଡ଼ ନିର୍ବାଚନ ମଣ୍ଡଳୀ ବିଜୁ ଜନତା ଦଳ ପକ୍ଷରୁ ବିଜେଡି ପ୍ରତିଷ୍ଠା ଦିବସ ପାଳନ ଅବସରରେ ଏକ ମହାସମାବେଶ ଶାଳଭଞ୍ଜ ନିକଟସ୍ଥ କଲମି ତୋଟାଠାରେ ଅନୁଷ୍ଠିତ ହୋଇଯାଇଛି । ନିର୍ବାଚନ ମଣ୍ଡଳୀ ସଭାପତି ଗଙ୍ଗାଧର ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ଜିଲ୍ଲା ପର୍ଯ୍ୟବେକ୍ଷକ ପଦ୍ମନାଭ ବେହେରା, ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦେବାଶିଷ ପଟ୍ଟନାୟକ ପ୍ରମୂଖ ଅତିଥି ଭାବେ ଯୋଗ ଦେଇଥିଲେ । ଜିଲ୍ଲା ପର୍ଯ୍ୟବେକ୍ଷକ ଶ୍ରୀଯୁକ୍ତ ବେହେରା, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଓଡ଼ିଶାର ବିକାଶ ଧାରା ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ମହିଳାମାନଙ୍କ ସଶକ୍ତିକରଣ ପାଇଁ ମୁଖ୍ୟମନ୍ତ୍ରୀ ଦେଖିଥିବା ସ୍ୱପ୍ନ ପୂରଣ ହୋଇଛି ବୋଲି କହିଥିଲେ । ନୟାଗଡ଼ ବିଧାୟକ ଡ. ସାହୁ ତାଙ୍କ ବକ୍ତବ୍ୟରେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ସାମୁହିକ ବିକାଶ କରୁଥିବା ବେଳେ ନୟାଗଡ଼ରେ ସର୍ବାଧିକ ବିକାଶ ହେଉଛି । ଶାନ୍ତି ପ୍ରତିଷ୍ଠା ହେଲେ ପ୍ରଗତୀ ଅଧିକରୁ ଅଧିକ ହେବ ବୋଲି କହିଥିଲେ । ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀଯୁକ୍ତ ପଟ୍ଟନାୟକ ତାଙ୍କ ବକ୍ତବ୍ୟରେ, ମହିଳା ସଶକ୍ତି କରଣ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯେଉଁ ସ୍ୱପ୍ନ ଦେଖିଥିଲେ ତାହା ଆଜି ସଫଳ ହୋଇଛି ବୋଲି କହିଥିଲେ । ୨୫ ବର୍ଷରେ ହୋଇଥିବା ବିକାଶ ସମ୍ପର୍କରେ ସେ ସୂଚନା ଦେବା ସହ ଓଡ଼ିଶାର ବିକାଶର ପର୍ବ ପାଳନ ହୋଇ ଚାଲିଥିବା କହିଥିଲେ । ମହିଳା ବିଜୁ ଜନତା ଦଳ ରାଜ୍ୟ ଉପସଭାନେତ୍ରୀ ପ୍ରଭାସିନୀ ନନ୍ଦ ମହିଳାଙ୍କୁ ଏକଜୁଟ ହୋଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହାତମୁଠାକୁ ଟାଣ କରିବା ପାଇଁ ଆହ୍ୱାନ ଦେଇଥିଲେ । ମୁଖ୍ୟମନ୍ତ୍ରୀ ମହିଳା ସଶକ୍ତିକରଣ ଯୋଜନାକୁ ଲୋକଙ୍କ ପାଖରେ ପହଞ୍ଚାଇବା ଉପରେ ଗୁରୁତ୍ୱାରୋପ କରିଥିଲେ । ସଂଗଠକ ନିତ୍ୟାନନ୍ଦ ପ୍ରଧାନ ତାଙ୍କ ବକ୍ତବ୍ୟରେ ସହରରେ ଯେଉଁ ସୁବିଧା, ଗାଁରେ ସେହି ସୁବିଧା ବିଜୁ ଜନତା ଦଳ ଦ୍ୱାରା ସମ୍ଭବ ହୋଇପାରିଛି ବୋଲି କହିଥିଲେ । ନୟାଗଡ଼ ବିଧାୟକ ଡ. ସାହୁଙ୍କ ନେତୃତ୍ୱରେ ଅଞ୍ଚଳରେ କେବଳ ଶାନ୍ତି, ମୈତ୍ରୀ ଓ ପ୍ରଗତୀ ରାଜ କରୁଛି ବୋଲି କହିଥିଲେ । ନୟାଗଡ଼ ବ୍ଲକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁ ଆଗାମୀ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହାତମୁଠାକୁ ପୁଣିଥରେ ଟାଣ କରିବା ପାଇଁ ଶପଥ ନେବାକୁ ଆହ୍ୱାନ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଓଡ଼ଗାଁ ବ୍ଲକ ଅଧ୍ୟକ୍ଷ ଲୋକନାଥ ସାହୁ, ବିଜୁ ଶ୍ରମିକ ସାମୁଖ୍ୟ ରାଜ୍ୟ ସହ ସମ୍ପାଦକ ଶ୍ରୀକାନ୍ତ ପଟ୍ଟନାୟକ, ପୌର ପରିଷଦ ଅଧ୍ୟକ୍ଷ ନିରୂପମା ଖଟେଇ, ପୈାର ପରିଷଦ ଉପାଧ୍ୟକ୍ଷ ଗୁରୁପ୍ରସାଦ ଜେନା, ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କ ସଭାପତି ରବୀନ୍ଦ୍ର ନାଥ ସାହୁ, ମହିଳା ବିଜେଡି ଜିଲ୍ଲା ସଭାନେତ୍ରୀ ବିରଜା ଲକ୍ଷ୍ମୀ ସାହୁ, ଜିଲ୍ଲା ପରିଷଦ ସଭ୍ୟ କ୍ଷୀରୋଦ ମହାପାତ୍ର, ସରୋଜ ରଣସିଂହ, ଆଶିଷ କୁମାର ଅଗ୍ରୱାଲ, ସୁବାଷ ଚନ୍ଦ୍ର କହଁର, ଝିଲ୍ଲୀ ପ୍ରଧାନ, ମାଳତି ଗୁରୁ, ଶ୍ରବଣ ରାମ୍‌, ବିଭୂପ୍ରସାଦ ସାହୁ, ସରପଞ୍ଚ ବିଜନ ପାଇକରାୟ, ବିଜେଡି ଛାତ୍ର ସଭାପତି ନୀଳମାଧବ ପଣ୍ଡା, ଯୁବ ସଭାପତି ରମେଶ କୁମାର ସାହୁ ପ୍ରମୂଖ ଉପସ୍ଥିତ ରହିଥିଲେ ।

Leave a Reply

Your email address will not be published. Required fields are marked *