ଦିବ୍ୟାଙ୍ଗ ମୁନା ମାଝି ଙ୍କ ଉପରେ କେବେ ପଡିବ ଡମପଡା ବ୍କକ ପ୍ରଶାସନ ର ଦୃଷ୍ଟି !!!

Spread the love

ଡମପଡା ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : ସାମାଜିକ ସୁରକ୍ଷା ଏବଂ ସଶକ୍ତି କରଣ ବିଭାଗ ମାଧ୍ୟମରେ ରାଜ୍ୟ ଓ କେନ୍ଦ୍ର ସରକାର ଦିବ୍ୟାଙ୍ଗ ମାନଙ୍କ ପାଇଁ ବିଭିନ୍ନ ପ୍ରକାର କଲ୍ୟାଣ ମୂଳକ କାର୍ଯ୍ୟକ୍ରମ କରୁଛନ୍ତି । ହେଲେ ବିଭାଗୀୟ ଅଧିକାରୀଙ୍କ ଅଦୂରଦର୍ଶିତା କାରଣରୁ , ନିପଟ ଗ୍ରାମାଞ୍ଚଳରେ ଥିବା ଅଧିକାଂଶ ଶାରିରୀକ ଭିନ୍ନକ୍ଷମ ଲୋକ ଏହାର ସଫଳତା ପାଇ ପାରୁ ନାହାନ୍ତି । ଜନ ପ୍ରତିନିଧି କିମ୍ବା ପ୍ରଶାସନର ଅବହେଳା ମଧ୍ୟ ଏହାର କାରଣ ହୋଇପାରେ । ଡମପଡା ବ୍କକ ଅନ୍ତର୍ଗତ ତାଳବସ୍ତ ବନହରା ର ମୁନା ମାଝି ।ଜନ୍ମ ବେଳୁ ଅଶି ଶତକଡା ଶାରିରୀକ ଅକ୍ଷମ ହେଲେହେଁ ଭଲ ପାଠ ପଢୁଥିଲେ । କେବେ ଆଶାବାଡି ନେଇ , ନଚେତ ଘୁସୁରି ଘୁସୁରି ଆସି ତାଳବସ୍ତ ଉଚ୍ଚ ବିଦ୍ୟାଳୟରେ ପଢି ଦଶମ ଶ୍ରେଣୀ କୃତକାର୍ଯ୍ୟ ହୋଇଛନ୍ତି । ବର୍ତ୍ତମାନ ସମୟରେ ଘରର ସେ ବୋଝ ପାଲଟିଛନ୍ତି । ବହୁ କଷ୍ଟରେ ଏହି ପଚିଶି ବର୍ଷୀୟ ଦିବ୍ୟାଙ୍ଗ ଯୁବକ ଗାଁରେ ତେଜରାତି ଦୋକାନ ଟିଏ କରି ନିଜର ଗୁଜୁରାଣ ମେଣ୍ଟାଇବାକୁ ତାଳବସ୍ତ , ବାଙ୍କୀ ଏବଂ ଡମପଡାରେ ଥିବା ରାଷ୍ଟ୍ରାୟତ ବ୍ୟାଙ୍କ ରୁ ଲୋନ୍ ଟିଏ କରିବାକୁ ଯାଇ ବହୁବାର ନିରାଶ ହୋଇ ଫେରିଛନ୍ତି । ବ୍କକ ପ୍ରଶାସନ ଏବଂ ଜନ ପ୍ରତିନିଧିଙ୍କ ଠାରୁ କେବଳ ମିଥ୍ୟା ପ୍ରତିଶୃତି ଶୁଣି ଶୁଣି ଦେହସୁହା ହୋଇଗଲାଣି ବୋଲି ଦୁଃଖରେ ଆମ ପ୍ରତିନିଧିଙ୍କୁ ମୁନା ମାଝି କୁହନ୍ତି । ସରକାରଙ୍କ ଠାରୁ କେବଳ ଦିବ୍ୟାଙ୍ଗ ଭତ୍ତା ୭୦୦ ଟଙ୍କା ବ୍ୟତିତ ଆଉ କୌଣସି ସହାୟତ ପାଉ ନାହାନ୍ତି । ଗୋଟେ ଟ୍ରାଇ ସାଇକେଲଟିଏ କିଛି ବର୍ଷ ତଳେ ଏକ ସ୍ବେଚ୍ଛାସେବୀ ସଂଗଠନ ତରଫରୁ ମିଳିଥିଲା ।ଘରେ ମଧ୍ୟ ଆର୍ଥିକ ଅବସ୍ଥା ଭଲ ନଥିବାରୁ ବହୁ ସମୟ ଉପାସ ଭୋକରେ ରହିବାକୁ ହୁଏ ବନହରା ର ମୁନା ମାଝିଙ୍କ ପରିବାରକୁ ! ଏବେ ଦେଖିବଳୁ ବାକି ରହିଲା ଏହି ଦିବ୍ୟାଙ୍ଗ ଙ୍କ ଉପରେ କେବେ ପଡୁଛି ଡମପଡା ବ୍ଲକ ପ୍ରଶାସନର ଦୃଷ୍ଟି ! ନିର୍ବାଚିତ ପ୍ରତିନିଧି ମାନଙ୍କର ସହଯୋଗ ରହିଲେ ଏହି ଦିବ୍ୟାଙ୍ଗ ହୋଇ ପାରନ୍ତେ ସକ୍ଷମ !

Leave a Reply

Your email address will not be published. Required fields are marked *