ଯାଜପୁର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ସମ୍ପ୍ରତି ଭାରତ ବର୍ଷରେ ଶୀତର ପ୍ରକୋପ ବଢ଼ି ବଢ଼ି ଚାଲିଛି । ପ୍ରକୃତି ଓ ପରିବେଶ ମଧ୍ୟ ଆଣିଛି ନୂତନତ୍ୱର ସମ୍ଭାର । ଏ ସବୁକୁ ରଙ୍ଗ ତୁଳୀରେ ଜୀବନ୍ତ ରୂପରେଖ ଦେବା ପାଇଁ ତଥା ଶୀତର ଅନୁଭବକୁ ଦେଶ ବିଦେଶରେ ଜାଣିବା ଓ ଶୀତ ଋତୁରେ ଜନ୍ମ ନେଇଥିବା ଶହେ ଜଣ ସଫଳ ଭାରତୀୟ ଚିତ୍ରକାରଙ୍କ ସମ୍ପର୍କରେ ସମଗ୍ର ବିଶ୍ୱରେ ପ୍ରଚାର ପ୍ରସାର କରାଇବା ଉଦ୍ଦେଶ୍ୟରେ ଶହେଟି ଦେଶର ଚିତ୍ରକାର ମାନଙ୍କ ଠାରୁ ଆହ୍ୱାନ କରାଯାଉଛି ଚିତ୍ର । ପ୍ରକାଶ ଥାଉକି ଯାଜପୁର ଜିଲ୍ଲାର ବାବଲପୁର ସ୍ଥିତ ଆନ୍ତର୍ଜାତିକ ଲୋକ ସଂଗଠନ ଚିନ୍ମୟ ଫାଉଣ୍ଡେସନ ପକ୍ଷରୁ ଚଳିତ ଜାନୁୟାରୀ ଓ ଫେବୃୟାରୀ ଦୁଇମାସ ଧରି “ମୋ’ ଗାଁ ‘ ରେ ଶୀତ ” ବିଷୟବସ୍ତୁ ଆଧାରିତ ଭାରତ ସମେତ ଶହେଟି ଦେଶର ଚିତ୍ରକାରଙ୍କ ଠାରୁ ଚିତ୍ର ଆହ୍ୱାନ କରାଯାଉଛି । ଏଥିରେ ଚିତ୍ରକାର ମାନଙ୍କ ସମେତ ବିଦ୍ୟାଳୟ, ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ, ତଥା ବିଭିନ୍ନ ଶିକ୍ଷା ସଂସ୍ଥାର ଛାତ୍ର / ଛାତ୍ରୀ ମାନେ ଭାଗ ନେଇ ପାରିବେ । ଚିତ୍ରକାର ମାନେ ସେମାନଙ୍କ ଚିତ୍ର ଏବଂ ଧରିଥିବା ଚିତ୍ର ସହ ନିଜର ଫଟୋ , ପରିଚୟ ପ୍ରମାଣପତ୍ର, ନାମ , ଠିକଣା ଓ ଯୋଗାଯୋଗ ସଂଖ୍ୟା ଅନୁଷ୍ଠାନର ହ୍ୱାଟ୍ସଆପ ସଂଖ୍ୟା ୯୯୩୮୮୧୦୫୩୯ କିମ୍ବା ୮୩୨୮୮୭୬୦୩୮ରେ ପଠାଇ ପାରିବେ ବୋଲି ଫାଉଣ୍ଡେସନର ପ୍ରତିଷ୍ଠାତା ଅଧ୍ୟକ୍ଷ ଚିନ୍ମୟ ଦାଶ ମତବ୍ୟକ୍ତ କରିଛନ୍ତି ।
ମୋ ଗାଁ’ ରେ ଶୀତ ପାଇଁ ବିଶ୍ୱ ଯୋଡ ଅଭିଯାନ !!!

