୪୦ ବର୍ଷ ଧରି ଚାହା ପିଇ ପିଇ ବଞ୍ଚିଛନ୍ତି ମଉସା !!!

Spread the love

ରାସଗୋବିନ୍ଦପୁର ( ଆୱାଜ ମିଡ଼ିଆ ) – ଚନ୍ଦନ କୁମାର ଦାସ : ୪୦ ବର୍ଷ ଧରି ଚାହା ପିଇ ପିଇ ବଞ୍ଚିଛନ୍ତି ମଉସା । ଦର୍ଶକ ବନ୍ଧୁ ଆମେ ପ୍ରାୟତଃ ଚାହା ପିଇ ଥାଉ । କାହାର ଚାହା ପିଇବା ଅଭ୍ୟାସ ଥାଏ ତ ଆଉ କିଏ ସଉକ୍ ରେ ଚା’ ପିଇଥାନ୍ତି । ତେବେ ଯଦି ଖାଦ୍ୟ ନଖାଇ ଖାଲି ଚାହା ପିଇବା, ତେବେ କେତେଦିନ ବଞ୍ଚି ପାରିବା । ଲୋକେ କହନ୍ତି ଭୋକ ଲାଗୁଥିଲା ବେଳେ, ଚାହା ପିଇଲେ ଭୋକ ମରିଯାଏ । ସେହି କଥା ର ସତ୍ୟତା ପ୍ରମାଣ ସ୍ବରୂପ ଆମେ ଏଭଳି ଏକ ବ୍ୟକ୍ତି ଙ୍କୁ ପାଇଛୁ, ଯିଏକି ପ୍ରାୟ ୪୦ ବର୍ଷ ବୟସ ରୁ କେବଳ ଚାହା ପିଇ ବଞ୍ଚିଛନ୍ତି । ନଜର ପକାନ୍ତୁ ଏଇ ଦୃଶ୍ୟ ଟିକୁ । ଜଣେ ବୃଦ୍ଧ ଚାହା ପିଉଛନ୍ତି । ଏ ମଉସା ଜଣକ ଏହିପରି ଦିନକୁ ୫ / ୬ଥର ଚାହା ପିଇ ପିଇ ନିଜ ଭୋକ ମେଣ୍ଟାନ୍ତି । ଆଶ୍ଚର୍ଯ୍ୟ ଲାଗିଲେ ମଧ୍ୟ ଘଟଣା ଟି ପୂରା ସତ । ଏ କଥା ଆମେ କହୁନୁ । ଶୁଣନ୍ତୁ ଗାଁ ଲୋକ କ’ଣ କହୁଛନ୍ତି । ତେବେ ଏ ମଉସା ଜଣକ ହେଉଛନ୍ତି ବାଲେଶ୍ଵର ଜିଲ୍ଲା ବସ୍ତା ବ୍ଲକ ଅଧିନସ୍ଥ ନଟାକଟା ପଞ୍ଚାୟତ ହଦମୋଦ ଗାଁ ର ବିମ୍ବାଧର ଜେନା । ବୟସ ତାଙ୍କର ୭୫ ବର୍ଷ । ଯୁବାବସ୍ଥାରେ ମଉସାଙ୍କର କୁଆଡେ ପେଟ ଯନ୍ତ୍ରଣା ହୋଇ ହଠାତ୍ ରକ୍ତବାନ୍ତି ହୋଇଥିଲା । ଅର୍ଥ ଅଭାବ ଯୋଗୁ ଡାକ୍ତର ଦେଖାଇ ପାରିନଥିଲେ ପରିବାର ଲୋକେ ।କବିରାଜି ଔଷଧ ଖାଇ ଭଗବାନଙ୍କ କୃପାରୁ ବଞ୍ଚି ଯାଇଥିଲେ ମଉସା । ଆଉ ତାପରେ ଯେବେବି ଖାଦ୍ୟ ଖାଇଲେ ଖାଲି ବାନ୍ତି ହେଲା, ତେଣୁ ଖାଦ୍ୟ ନ ଖାଇ ଖାଲି ଚାହା ପିଇ ପିଇ ରହିଲେ । ଖାଦ୍ୟ ନ ଖାଇ ବି ସବୁ କାମ କରି ପାରୁଥିଲେ, ଗତ ଦୁଇ ତିନି ବର୍ଷ ହେବ , ମଉସା ଆଉ କାମ କରି ପାରୁନାହାନ୍ତି । ମଉସାଙ୍କର ସ୍ନାୟୁ ଦୁର୍ବଳ ହେବାରୁ, ପାଟି ଖନା ପଡ଼ିଯାଇଛି । ଅର୍ଥ ଅଭାବ ରୁ ଭଲ ଘରେ ରହିବା ଖାଇବା ପରିବାର ପାଇଁ ଏକ ସଂଘର୍ଷ ପାଲଟିଛି । ସରକାରଙ୍କ ଠାରୁ ଚାଉଳ, ଭତ୍ତା ପାଉଥିଲେ ସୁଦ୍ଧା ପରିବାରର ଗୁଜୁରାଣ ମେଣ୍ଟୁ ନାହିଁ । ଉନ୍ନତ ଚିକିତ୍ସା ପାଇଁ ଯଦି ସରକାର ସହାୟତା ର ହାତ ବଢାନ୍ତେ ତେବେ ମଉସା ଆଉ କିଛିଦିନ ବଞ୍ଚି ପାରନ୍ତେ । ଅନ୍ୟ ପକ୍ଷରେ ମଉସା ଚାହା ପିଇ ବଞ୍ଚିବାର ରେକର୍ଡ ଭାଙ୍ଗିଛନ୍ତି ବୋଲି ସାଧାରଣରେ ଚର୍ଚ୍ଚା ର ବିଷୟ ପାଲଟିଛି ।

Leave a Reply

Your email address will not be published. Required fields are marked *