ରାଉଲକେଲା ଠାରୁ ଭୁବନେଶ୍ୱର ସାଇକେଲ ଶୋଭାଯାତ୍ରା : ବାରକୋଟିଆ ଠାରେ ତାମଡା ଅଧ୍ୟକ୍ଷ ଅବନୀକାନ୍ତଙ୍କ ନେତୃତ୍ୱରେ ଭବ୍ୟ ସମ୍ବର୍ଦ୍ଧନା !!!

Spread the love

ଅନୁଗୁଳ ( ଆୱାଜ ମିଡ଼ିଆ ) – ଅଶ୍ବିନୀ କୁମାର ଦେବତା : ବିଶ୍ୱର ବୃହତ ହକି ଷ୍ଟାଡିୟମ ଇସ୍ପାତ ସିଟି ରାଉଲକେଲାରେ ହୋଇସାରିଛି । ରାଉଲକେଲାକୁ ସ୍ୱତନ୍ତ୍ର ପରିଚୟ ଦେଇଥିବାରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଦେଇଛନ୍ତି ରାଉଲକେଲା ବାସୀ | ପୁରୁଷ ହକି ବିଶ୍ୱ କପ 2023 କୁ ନେଇ ଇସ୍ପାତସିଟି ରାଉଲକେଲା ଠାରୁ ମନ୍ଦିରମାଳିନୀ ଭୁବନେଶ୍ୱର ପର୍ଯ୍ୟନ୍ତ ବିଶାଳ ସାଇକେଲ ଶୋଭାଯାତ୍ରା ଜାରି ରହିଛି | ମୁଖ୍ୟମନ୍ତ୍ରୀଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇବା ପାଇଁ ଏହି ସାଇକେଲ ଶୋଭାଯାତ୍ରା ଜାରି ରହିଛି ଏବଂ ଆସନ୍ତା 10 ତାରିଖରେ ଭୁବନେଶ୍ୱର ପହଂଚିବା ସ୍ଥିର ହୋଇଛି ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇବେ ସୁନ୍ଦରଗଡ଼ ଜିଲ୍ଲାର ଯୁବଶକ୍ତି । ହକିର ଏନ୍ତୁଡ଼ିଶାଳ ସୁନ୍ଦରଗଡ଼ ଆଜି ବିଶ୍ୱ ବିଜେତା । ଆଜି ସାଇକେଲ ଶୋଭାଯାତ୍ରାର ୨ ଦିନ ହୋଇଯାଇଛି । ଆଜି ମଧ୍ୟାହ୍ନ ସମୟରେ ପାଲଲହଡା ବ୍ଳକ ବାରକୋଟିଆ ଗ୍ରାମ ଜାତୀୟ ରାଜପଥ ଉପରେ ତାମଡା ଅଧ୍ୟକ୍ଷଙ୍କ ନେତୃତ୍ୱରେ ନିଜ ସମର୍ଥକଙ୍କୁ ନେଇ ଭବ୍ୟ ସମ୍ବର୍ଦ୍ଧନା କରିଛନ୍ତି ସ୍ଥାନୀୟ ଗ୍ରାମବାସୀ ସମେତ ତାମଡା ଅଧକ୍ଷ ଅବନୀକାନ୍ତ ସାହୁ, ପାଲଲହଡା ନିର୍ବାଚନ ମଣ୍ଡଳୀର ପର୍ଯ୍ୟବେକ୍ଷକ କୁନୁ ବିହାରୀ ଦାସ ଏବଂ ବରିଷ୍ଠ ବିଜେଡି କର୍ମୀ |

Leave a Reply

Your email address will not be published. Required fields are marked *