ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ରେ ଭାରତ ଯୋଡୋ ଯାତ୍ରା ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଗଜପତି ଜିଲ୍ଲା କଂଗ୍ରେସ କମିଟି ସଭାପତି ଙ୍କ ଉପସ୍ଥିତି ରେ ଏହି ବୈଠକ ଅନୁଷ୍ଠିତ ହୋଇଛି । ଏହି କାର୍ଯ୍ୟକ୍ରମ କୁ ଅନୁଧ୍ୟାନ କରିବା ପାଇଁ ପ୍ରଦେଶ କଂଗ୍ରେସ ପକ୍ଷରୁ ଅମିର ଚାନ୍ଦ ନାୟକ ପର୍ଯ୍ୟବେକ୍ଷକ ଭାବରେ ଉପସ୍ଥିତ ରହିଥିଲେ । ଏହି ବିଷୟରେ ଆଜି ରାଜ୍ୟ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକ ଙ୍କ ନିର୍ଦ୍ଦେଶନାମାରେ ଏହି ଭାରତ ଯୋଡୋ ଯାତ୍ରା ପାଇଁ ଜିଲ୍ଲା କାର୍ଯ୍ୟକ୍ରମ କୁ ସହଯୋଗ କରିବାକୁ ପଦଯାତ୍ରା କିପରି ହେବ ଏବଂ ପାରଳାଖେମୁଣ୍ଡି ପୌର ପରିଷଦ ଓ ଜିଲ୍ଲା ର ସାତଗୋଟି ବ୍ଲକ ରେ ସମସ୍ତ ବ୍ଲକରେ ସହିତ ପଞ୍ଚାୟତ ସ୍ତରୀୟ ଏହି ଭାରତ ଯୋଡୋ ପଦଯାତ୍ରା କିପରି ସଫଳ ହେବ ତାହା ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲା ! ଏଥି ସକାଶେ ସମସ୍ତ ନେତା କର୍ମି ନିଜ ନିଜର ମତପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମ ସମସ୍ତ ବ୍ଲକ୍ ର ପଦାଧିକାରୀ ମାନେ ଉପସ୍ଥିତ ରହିଥିଲେ । ଏଥିରେ ଦାସରଥି ଗମାଙ୍ଗ ବିଧାୟକ ମୋହନା, ସଭାପତି ଜିଲ୍ଲା କଂଗ୍ରେସ ସଭାପତି, ଅଭିମନ୍ୟୁ ପଣ୍ଡା, ସୁଦର୍ଶନ ପଣ୍ଡା, ମିନ ମଣ୍ଡଳ, ବାଳକୃଷ୍ଣ ମଲିକ, କୁନା ମାଝୀ, ସଂଗ୍ରାମ ସାହୁ , ଗୋପାଳକୃଷ୍ଣ ଦଳେଇ, ଶଙ୍କର ପ୍ରଧାନ, ଜାଖବ ରାଇକା, ଲକ୍ଷ୍ମୀ ପାଇକ, ରମେଶ ପ୍ରଧାନୀ , ମଡେଲ ସ୍ୱଲସିଂ ପ୍ରମୁଖ ଉପସ୍ଥିତ ରହିଥିଲେ ! ଏହି କାର୍ଯ୍ୟକ୍ରମ ଜିଲ୍ଲା ଉପ ସଭାପତି ବସନ୍ତ ପଣ୍ଡା ଙ୍କ ଦ୍ଵାରା ପରିଚାଳିତ ହୋଇଥିଲା ।
ଗଜପତି ରେ ଭାରତ ଯୋଡୋ ଯାତ୍ରା ନିମନ୍ତେ ବ୍ୟାପକ ପ୍ରସ୍ତୁତି !!!

