ନୟାଗଡ ( ଆୱାଜ ମିଡ଼ିଆ ) – ମମତା ମହାପାତ୍ର : ଓଡିଶା ସାମ୍ବାଦିକ ୟୁନିଅନ ନୟାଗଡ଼ ଶାଖାର ନୂତନ କାର୍ଯ୍ୟକର୍ତ୍ତା ଚୟନ ଏବଂ ସାଧରଣ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି l ରଣପୁର ଅସୁରକୁମାରୀ ପୀଠରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ବରିଷ୍ଠ ସାମ୍ବାଦିକ ସଞ୍ଜୟ କୁମାର ସ୍ବାଇଁ ପରିଚାଳନା କରିଥିଲେ । ସଭା ଆରମ୍ଭରୁ ପ୍ରଥମେ ସାମ୍ବାଦିକ ସ୍ବର୍ଗତ କିଶୋର ମହାପାତ୍ର ଙ୍କ ନିମନ୍ତେ ୨ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା ! ଓୟୁଜେ ନୟାଗଡ଼ ଶାଖାରେ ଜିଲ୍ଲାର କିଛି ସାମ୍ବାଦିକ ନୂତନ ଭାବରେ ଯୋଗଦେଇ ସଭ୍ୟ ହୋଇଥିଲେ l ସମସ୍ତ ସଭ୍ୟ ମାନଙ୍କ ଉପସ୍ଥିତିରେ ବିଶ୍ଵରଞ୍ଜନ ଆଚାର୍ଯ୍ୟ ସଭାପତି , ଗୋପାଳ ଚନ୍ଦ୍ର ବିଶ୍ବାଳ ସାଧାରଣ ସମ୍ପାଦକ ଭାବେ ନିର୍ବାଚିତ ହୋଇଥିଲେ । ସଂଗଠନର ଉପଦେଷ୍ଟା ଭାବରେ ସଞ୍ଜୟ କୁମାର ସ୍ବାଇଁ, ପୁରୁଷତ୍ତମ ମହାପାତ୍ର ଓ ଦିନମଣି ମହାନ୍ତି , ଉପ ସଭାପତି ଭାବେ ପ୍ରଶାନ୍ତ କୁମାର ଜେନା, ବିରଞ୍ଚି କୁମାର ନାୟକ, ସଂପାଦକ ରୂପେ ବସନ୍ତ କୁମାର ବରାଡ, ପ୍ରକାଶ କୁମାର ମଲିକ , କୋଷାଧ୍ୟକ୍ଷ ଭାବେ ବ୍ରଜ ରଣସିଂହ, ଜାତୀୟ କାର୍ଯ୍ୟକାରିଣୀ ସଦସ୍ୟ ଭାବେ ସୁକାନ୍ତ କୁମାର ପଟ୍ଟନାୟକ, ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ ଭାବେ ଦିଲ୍ଲିପ କୁମାର ମିଶ୍ର ଓ ୮ ଗୋଟି ବ୍ଲକରୁ କାର୍ଯ୍ୟକାରୀ ସଦସ୍ୟ , କାର୍ଯ୍ୟାଳୟ ସଂପାଦକ ଭାବେ ବିଶ୍ବଭୁଷଣ ମହାପାତ୍ର ସର୍ବସମ୍ମତି କ୍ରମେ ନିର୍ବାଚିତ ହୋଇଥିଲେ l
ଓଡିଶା ସାମ୍ବାଦିକ ୟୁନିଅନ ନୟାଗଡ଼ ଶାଖାର ନୂତନ କାର୍ଯ୍ୟକର୍ତ୍ତା ଚୟନ ଏବଂ ସାଧରଣ ଅଧିବେଶନ ଅନୁଷ୍ଠିତ !!!

