ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ମହିଳା ସ୍ନାତକ ମହାବିଦ୍ୟାଳୟ ର ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ ଓଡ଼ିଆ ଭାଷାରେ କମ୍ପ୍ୟୁଟରିକରଣ ଶୀର୍ଷକରେ ଏକ ପାଠଚକ୍ର ଅନୁଷ୍ଠିତ ହୋଇଯାଇଛି । ଏହି ଆଲୋଚନା ରେ ଅଧ୍ୟକ୍ଷା ଡକ୍ଟର ରୀନା ସାହୁ ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ବକ୍ତା ଭାବେ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ୱୟଂ ଶାସିତ ମହାବିଦ୍ୟାଳୟର ଓଡ଼ିଆ ଭାଷା ଓ ସାହିତ୍ୟ ସ୍ନାତକୋତ୍ତର ବିଭାଗର ବିଭାଗୀୟ ମୁଖ୍ୟ ଚନ୍ଦ୍ର ଶେଖର ଦାସ ଯୋଗ ଦେଇଥିଲେ ।କମ୍ପ୍ୟୁଟର ମାଧ୍ୟମରେ ଓଡ଼ିଆ ଭାଷାର ବ୍ୟବହାର ଶିଖିଲେ ଅଦୂର ଭବିଷ୍ୟତରେ ଛାତ୍ରୀମାନେ ପେଶାଗତ ଭାବରେ ତାର ପ୍ରୟୋଗ କରି ସ୍ୱାବଲ୍ବମ୍ବୀ ହେବା ସହିତ ଆର୍ଥିକ ସ୍ୱଚ୍ଛଳ କିପରି ହୋଇ ପାରିବେ ସେ ବିଷୟରେ ଅବଗତ କରାଇଥିଲେ । ଓଡ଼ିଆ ଭାଷା ଓ ସାହିତ୍ୟ ପଢ଼ିବା ଓ ଲେଖିବା ପାଇଁ ଅନେକ ସହାୟକ ଗ୍ରନ୍ଥର ଆବଶ୍ୟକତା ରହିଛି । ଛାତ୍ରୀମାନେ ପ୍ରଥମେ ଯତ୍ନଶୀଳ ହେବା ସହିତ ପ୍ରୟୋଜନୀୟ ନୋଟିସ ଗୁଡିକ କମ୍ପ୍ୟୁଟର ମାଧ୍ୟମରେ ପ୍ରସ୍ତୁତ କରିବେ ବୋଲି ମୁଖ୍ୟ ବକ୍ତା କହିଥିଲେ । ଏଥିପାଇଁ ସଫଟୱେର ଓ ଆକୃତି ଅଭ୍ୟାସ ନିହାତି ଆବଶ୍ୟକ ବୋଲି ସେ ଛାତ୍ରୀମାନଙ୍କୁ କହିଥିଲେ । ଏହି ପାଠଚକ୍ର ରେ ମହାବିଦ୍ୟାଳୟର ଓଡ଼ିଆ ବିଭାଗର ସ୍ନାତକ ଶ୍ରେଣୀର ଶେଷ ବର୍ଷ ଛାତ୍ରୀ ସୁଶ୍ରୀ ବର୍ଷା ରାଣୀ ପରିଚ୍ଛା ଓ କରିସ୍ମା କାର୍ଜି ଓଡ଼ିଆ ଭାଷାରେ କମ୍ପ୍ୟୁଟରର ବ୍ୟବହାର ର ଉପରେ ନିବନ୍ଧ ଉପସ୍ଥାପନା କରିଥିଲେ । ଏଥି ସହିତ ପ୍ରଥମ ବର୍ଷ ନୂତନ ଛାତ୍ରୀମାନଙ୍କୁ ସ୍ୱାଗତ ମଧ୍ୟ କରାଯାଇଥିଲ । ପ୍ରସିଦ୍ଧମୟୀ ରାଉଳ, ଦିନେଶ୍ୱରୀ ଭୂୟାଁ, ଅର୍ଚ୍ଚନା ରଇତ, ଆଶାରାଣୀ ବେହେରା ପ୍ରମୁଖ ପାଠଚକ୍ରରେ ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିଲେ । ଏହି କାର୍ଯ୍ୟକ୍ରମକୁ ସୁଶ୍ରୀ ତପସ୍ୱିନୀ କୁମ୍ଭ ସଂଯୋଜନା କରିଥିଲେ ।
ମହିଳା ସ୍ନାତକ ମହା ବିଦ୍ୟାଳୟରେ ଓଡ଼ିଆ ପାଠଚକ୍ର !!!

